Latest Odisha News

BREAKING NEWS

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ପାସ ହାର ୯୯.୦୪%

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ । ଦିନ ୧୨ଟାରେ ପରୀକ୍ଷାଫଳ ପ୍ରକାଶ ପାଇଛି । ଓ୍ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । ଛାତ୍ରଛାତ୍ରୀ cbseresults.nic.in ଓ cbse.gov.inରେ ଲଗ୍ ଇନ୍ କରି ନିଜ ପରୀକ୍ଷାଫଳ ଜାଣି ପାରୁଛନ୍ତି ।

ଚଳିତବର୍ଷ ସିବିଏସଇ ଦଶମରେ ପାସ ହାର ରହିଛି ୯୯.୦୪ ପ୍ରତିଶତ । ପିଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ । ଚଳିତବର୍ଷ ଛାତ୍ରଙ୍କ ପାସ ହାର ୯୮.୮୯ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ ହାର ରହିଛି ୯୯.୨୪ ପ୍ରତିଶତ । ୫୭ହଜାରରୁ ଅଧିକ ଛାତ୍ରଛାତ୍ପୀ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୯୦ରୁ ୯୫ ପ୍ରତିଶତ ଭିତରେ ମାର୍କ ରଖିଛନ୍ତି ।

ୱେବସାଇଟରୁ ମାର୍କସିଟ୍ ଓ ସାର୍ଟିଫିକେଟ ବି ଡାଉନଲୋଡ୍ କରିପାରୁଛନ୍ତି ଛାତ୍ରଛାତ୍ରୀ । ଦେଶରେ ପାଖାପାଖି ୨୦ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟକୁ ଅପେକ୍ଷା କରି ରହିଥିଲେ । ଚଳିତବର୍ଷ କରୋନା ଯୋଗୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି ।

ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବେ ସିବିଏସଇ କର୍ତ୍ତୃପକ୍ଷ । କୋଭିଡ୍ ସ୍ଥିତିରେ ସୁଧାର ପରେ ଅଫଲାଇନ୍ ପରୀକ୍ଷା ଦେଇପାରିବେ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ।

Leave A Reply

Your email address will not be published.