Latest Odisha News

BREAKING NEWS

ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବା ପାଇଁ ଏଣିକି ଅନଲାଇନରେ ଆବେଦନ କରିପାରିବେ ରାଉରକେଲା ବାସିନ୍ଦା

ରାଉରକେଲା : ରାଉରକେଲା ସହରାଞ୍ଚଳ ବାସିନ୍ଦା ଲିଜ୍ ସୂତ୍ରରେ ନେଇଥିବା କୌଣସି ଜମିର ମାଲିକାନା ସ୍ବତ୍ତ୍ବ ନିଜ ନାଁରେ ପରିବର୍ତ୍ତନ ବା ଫ୍ରି ହୋଲ୍ଡ କରିବା ପାଇଁ ଚାହୁଁଥିଲେ ଏଣିକି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଏବେ ଘରେ ବସି ଅନଲାଇନ ଜରିଆରେ ସିଧାସଳଖ ଆବେଦନ କରିପାରିବେ । ଏନେଇ ଭିଡିଓ କନଫରେନ୍ସ ଜରିଆରେ www.econversionrkl.com ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଅଧୀନରେ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ଜନସାଧାରଣଙ୍କ ପାଇଁ ବିଭିନ୍ନ ସରକାରୀ ସେବାକୁ ସରଳ, ସ୍ବଚ୍ଛ ଓ ଦକ୍ଷ କରାଯାଉଛି । ଏହି ଅଭିଯାନ ଅଧୀନରେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲିଜ୍ ଜମି କ୍ଷେତ୍ରରେ ସ୍ବତ୍ତ୍ବ ପରିବର୍ତ୍ତନ ଲାଗି ପ୍ରକ୍ରିୟାକୁ ଡିଜିଟାଇଜେସନ କରି ଏହି ପ୍ରଶାସନିକ କାର୍ଯ୍ୟକୁ ସରଳ କରାଯାଉଛି । ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ମହାନଗର ନିଗମ କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପସ୍ଥିତ ଥିଲେ ।

ସରକାରଙ୍କଠାରୁ ଲିଜ୍ ସ୍ବତ୍ତ୍ବରେ ପାଇଥିବା ଜମିର ମାଲିକାନା ପରିବର୍ତ୍ତନ ଲାଗି ରାଉରକେଲା ମହାନଗର ନିଗମବାସୀଙ୍କୁ ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରିଆରେ ଆବେଦନ କରିବାକୁ ପଡୁଥିଲା । ଏବେ ଏ ସମ୍ପର୍କିତ ସମସ୍ତ କାର୍ଯ୍ୟ ଅନଲାଇନ୍ ଜରିଆରେ କରାଯାଇପାରିବ । ଜଣେ ହିତାଧିକାରୀ ଏଥିପାଇଁ www.econversionrkl.com ପୋର୍ଟାଲକୁ ଯାଇ ସିଧାସଳଖ ଆବେଦନ କରିପାରିବେ । ଆବେଦନ, ଦେୟ ପୈଠ ସହ ଆବେଦନର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଜଣେ ବ୍ୟକ୍ତି ଏହି ପୋର୍ଟାଲ ବ୍ୟବହାର କରିପାରିବେ ।

ଜନସାଧାରଣଙ୍କ ସୁବିଧା ପାଇଁ ଏହି ପୋର୍ଟାଲରେ ଆବେଦନ ପ୍ରକ୍ରିୟାକୁ ସରଳ କରାଯାଇଛି । ଜଣେ ବ୍ୟକ୍ତି ପୋର୍ଟାଲ ଲଗ୍ ଇନ୍ କରି ପ୍ରଥମେ ନିଜର ମୋବାଇଲ୍ ନମ୍ବର ଦେବେ । ତାଙ୍କ ମୋବାଇଲକୁ ଏକ ଓଟିପି ଆସିବ । ଏହି ଓଟିପି ଆପଣ ପୋର୍ଟାଲରେ ଲଗ୍ ଇନ୍ କରିପାରିବେ । ଜଣେ ବ୍ୟକ୍ତି ପୋର୍ଟାଲର ଡ୍ୟାସ୍ ବୋର୍ଡ ପହଞ୍ଚିବା ପରେ ଆବଶ୍ୟକ ବିଭିନ୍ନ ତଥ୍ୟ ଏବଂ କାଗଜପତ୍ର ଅପଲୋଡ୍ କରିପାରିବେ । କିପରି ଏହି ଆବେଦନ କରିବେ ସେ ବାବଦରେ ‘ୟୁଜର ମାନୁଆଲ୍’ ମଧ୍ୟ ଦିଆଯାଇଛି ।

Leave A Reply

Your email address will not be published.