Latest Odisha News

BREAKING NEWS

ଡରାଉଛି ଡେଙ୍ଗୁ, ଭୁବନେଶ୍ବରରୁ ଆଉ ୫୦ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରକୁ ଡରାଉଛି ଡେଙ୍ଗୁ । ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ମୋଟ ୫୦ ଜଣ ଡେଙ୍ଗୁ ରୋଗୀ । ଫଳରେ ଭୁବନେଶ୍ବରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ ।

ଡେଙ୍ଗୁର ମୁକାବିଲା କରିବା ପାଇଁ ପଦକ୍ଷେପ ନେଇଛି ବିଏମସି । ଗତ ୨୪ ଘଣ୍ଟାରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ୬୧୯୩ଟି ଘରେ ମୋଟ ୨୫ ହଜାର ୯୦୯ ଜଣ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ସେହିପରି ୨୯୯୯ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟାଇବା ସହ ୮୧୫ଟି ସ୍ଥାନରେ ଏଡିସ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି । ସେହିପରି ବିଭିନ୍ନ ଓ୍ବାର୍ଡରେ ମଶା ଧୂଆଁ ଛଡାଯାଉଛି । ଘର ଚାରିପଟେ ଅଳିଆ ଆବର୍ଜନା ନକରିବାକୁ ପରାମର୍ଶ ଦେଇଛି ବିଏମସି ।

Leave A Reply

Your email address will not be published.