Latest Odisha News

BREAKING NEWS

ହକିରେ ଲଢ଼େଇ କରି ହାରିଲା ଭାରତ: ଫାଇନାଲରେ ରବି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବହୁ ପ୍ରତୀକ୍ଷିତ ହଳଦିଆ ରଙ୍ଗର ପଦକ ଜିତିପାରି ନ ଥିଲେ ବୁଧବାର ଭାରତର ଓଭରାଲ ପ୍ରଦର୍ଶନ ଭଲ ରହିଛି । ସେହିପରି ମହିଳା ହକିରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିବା ସତ୍ୱେ ଆର୍ଜେଂଟିନା ନିକଟରୁ ୧-୨ ଗୋଲରେ ହାରି ଯାଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନକୁ ଭେଟିବ ।

ସେହିପରି ରେସଲିଂରେ ରବି ଦାହିୟା ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । ସେ ୫୭ କିଗ୍ରା ସେମିଫାଇନାଲ ବିଭାଗ କାଜକସ୍ତାନର ନୁରୀସ୍ଲାମ ସନୟାଭେଙ୍କୁ ପରାସ୍ତ କରିଥିଲେ । ୮୬ କିଗ୍ରା ବିଭାଗରେ ଦୀପକ ପୁନିଆ ଓ ମହିଳା ୫୭ କିଗ୍ରା ବିଭାଗରେ ଅଂଶୁ ମଲିକ ରେପଚେଜ ରାଉଣ୍ଡରେ ପ୍ରବେଶ କରିବା ଫଳରେ ବ୍ରୋଞ୍ଜ ପଦକ ସମ୍ଭାବନା ସୃଷ୍ଟି ହୋଇଛି ।

Leave A Reply

Your email address will not be published.