Latest Odisha News

BREAKING NEWS

ବାଙ୍ଗିରିପୋଷି ଦ୍ବାରସୁଣି ଘାଟିରେ ସିରିଜ ଦୁର୍ଘଟଣା, ୧୫ରୁ ଅଧିକ ଗୁରୁତର

ମୟୂରଭଞ୍ଜ : ବାଙ୍ଗିରିପୋଷି ଦ୍ବାରସୁଣି ଘାଟିରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା । ଏକ ଟ୍ରକ ଭାରସାମ୍ୟ ହରାଇ ୭ଟି ଗାଡିକୁ ଧକ୍କା ଦେଇଛି । ପରେ ଘାଟିରେ ଓଲଟି ପଡିଥିଲା ଟ୍ରକ୍ । ଦୁର୍ଘଟଣାରେ ୧୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଏକ ଲୁହା ପଥର ବୋଝେଇ ଟ୍ରକ ଯୋଡ଼ାରୁ ଖଡଗପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ଭାରସାମ୍ୟ ହରାଇ ପ୍ରଥମେ ୨ଟି କାର ଏବଂ ପରେ ୨ଟି ବସ, ଗୋଟିଏ ଅଟୋ, ଗୋଟିଏ ବୋଲେରୋ ଓ ଗୋଟିଏ ବାଇକକୁ ଧକ୍କା ଦେଇଥିଲା । ଏହାପରେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଓଲଟି ପଡିଥିଲା । ଦୁର୍ଘଟଣାରେ ଆହତଙ୍କୁ ପ୍ରଥମେ ବାଙ୍ଗିରିପୋଷି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.