Latest Odisha News

ଚତୁର୍ଥ ମହଲାରୁ ଡେଇଁ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା

କଟକ: ଏସସିବି ମେଡିକାଲ ଚତୁର୍ଥ ମହଲାରୁ ଡେଇଁ ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ଦିନ ଏହି ବ୍ୟକ୍ତି ଜଣକ ହସପିଟାଲର ଚତୁର୍ଥ ମହଲାରୁ ଝରକା ଦେଇ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସୁରକ୍ଷାକର୍ମୀ ମାନେ ତାଙ୍କୁ ନେଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା କରାଇଥିଲେ । ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ବ୍ୟକ୍ତି ଜଣଙ୍କ କେଉଁ କାରଣରୁ ଅତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ମୃତ ବ୍ୟକ୍ତି ଜଣକ ମୟୁରଭଞ୍ଜ ବାସିନ୍ଦା ହୋଇଥିବା ବେଳେ କରୋନା ଯୋଗୁ ତାଙ୍କୁ ବୁଧବାର ହସପିଟାଲରେ ଭର୍ତ୍ତି କରାଯାଇଥିଲା । । ସେପଟେ ପୂର୍ବରୁ ମଧ୍ୟ ମେଡିକାଲ ପରିସରରୁ ଜଣେ ୭୩ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Comments are closed.