Latest Odisha News

BREAKING NEWS

ଭକ୍ତଙ୍କ ପାଇଁ ଖୋଲିଲା ବାବା ଧବଳେଶ୍ୱର ପୀଠ

କଟକ: ଭକ୍ତଙ୍କ ପାଇଁ ଖୋଲିଲା ବାବା ଧବଳେଶ୍ୱର ପୀଠ। ଆଜିଠୁ ଖୋଲିଲା କଟକ ଜିଲ୍ଲାର ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର । ଆଜି ଭୋରରୁ ମନ୍ଦିର ଖୋଲାଯାଇ ସମସ୍ତ ନୀତିକାନ୍ତି କରାଯାଇଛି । ମଙ୍ଗଳ ଆଳତୀ ସରିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଛି । ତେବେ ମନ୍ଦିର ଭିତରକୁ ବାହାର ଭୋଗକୁ ବାରଣ କରାଯାଇଛି । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ରହିଛି । ଦର୍ଶନ ବେଳେ କୋଭିଡ ଗାଇଡଲାଇନର କଡ଼ାକ଼ଡ଼ି ପାଳନ ହେବ। ବାରମ୍ବାର ହାତ ସାନିଟାଇଜ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଥଣ୍ଡା, କାଶ, ଜ୍ୱର ଭଳି ଲକ୍ଷଣ ଥିଲେ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ମନା।

ଧବଳେଶ୍ୱର ପୀଠକୁ ଯିବା ପାଇଁ ଝୁଲାପୋଲ ଦେଇ ଗୋଟିଏ ଥରରେ ୫୦ ଜଣଙ୍କୁ ଯିବା ପାଇଁ ଅନୁମତି ଦିଆଯାଇଛି। ଗର୍ଭବତୀ ମହିଳା,  ୧୦ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି।  ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏଁ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

Comments are closed.