Latest Odisha News

BREAKING NEWS

ଶନିବାର ସକାଳୁ ଥରିଲା ଶିମଲା, ୪.୧ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ଆଜି ସକାଳେ ହିମାଚଳ ପ୍ରଦେଶର ଶିମଲା ଜିଲ୍ଲାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ଥିଲା। ଏହା ୪:୩୬ ମିନିଟରେ ଅନୁଭୂତ ହୋଇଥିଲା।

ଶିମଲାର ପ୍ରାୟ ୪୦ କିଲୋମିଟର ପୂର୍ବ- ଉତ୍ତରପୂର୍ବ (ENE) ନରକଣ୍ଡା କୁମାରସେନରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି। ପ୍ରାୟ ଦୁଇ ସେକେଣ୍ଡ ସମଗ୍ର ଅଞ୍ଚଳ ଥରିଥିଲା।

ଅପରପକ୍ଷରେ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଲୋକମାନେ ଭୂମିକମ୍ପ କମ୍ପନ ଅନୁଭବ କରିବା ମାତ୍ରେ ଘରୁ ବାହାରକୁ ଦୌଡ଼ି ପଳାଇ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ହିମାଚଳ ପ୍ରଦେଶ ହିମାଳୟ ଅଞ୍ଚଳରେ ଅବସ୍ଥିତ। ଏଠାରେ ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ଉତ୍ତର ଆଡକୁ ଗତି କରୁବା ସହ ୟୁରେସିଆନ୍ ପ୍ଲେଟ୍ ସହିତ ଧକ୍କା ହେଉଛି। ଏହି ନିରନ୍ତର ଚାପ ହିମାଳୟ ଅଞ୍ଚଳରେ ପଥର ଏବଂ ଭୂଭାଗ ଫ୍ଲଟ୍ ଉପରେ ଚାପ ସୃଷ୍ଟି କରିଥାଏ। ଯାହାପରେ ଭୂମିକମ୍ପ ସୃଷ୍ଟି ହୋଇଥାଏ।

Leave A Reply

Your email address will not be published.