Latest Odisha News

୧୫ ମାସ ପରେ କରୋନା ମୁକ୍ତ ହେଲା ଏହି ଜିଲ୍ଲା

ମୁମ୍ବାଇ: ଦୀର୍ଘ ୧୫ ମାସର ଲଢେଇ ପରେ କରୋନା ମୁକ୍ତ ହେଲା ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା। ଏ ନେଇ ଜିଲ୍ଲା ସୂଚନା ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଜିଲ୍ଲାରେ କୌଣସି କରୋନାଭାଇରସ୍ ରୋଗୀ ଚିହ୍ନଟ ହୋଇନାହାଁନ୍ତି।

ଜିଲ୍ଲା କଲେକ୍ଟର ସନ୍ଦୀପ କଦମ କହିଛନ୍ତି ଯେ ପୂର୍ବ ମହାରାଷ୍ଟ୍ରରେ ଅବସ୍ଥିତ ଭଣ୍ଡାରା ଜିଲ୍ଲାକୁ ଏହି ରୋଗରୁ ମୁକ୍ତ କରିବାରେ ପ୍ରଶାସନର ସାମୂହିକ ଉଦ୍ୟମ ଏବଂ ଲୋକଙ୍କ ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏକ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ରର ନାଗପୁର ସହର ଶନିବାର ଦିନ ଗୋଟିଏ ବି ନୂଆ କରୋନା ମାମଲା ରିପୋର୍ଟ ହୋଇନାହିଁ।

Comments are closed.