ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗର ଉପକୂଳରେ ସୃଷ୍ଟ ଲଘୁ ଚାପ ଯୋଗୁଁ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ଭାରତୀୟ ପାଣିପାଗ ବିଭାଗ ରବିବାର ଚେତାବନୀ ଦେଇଛି।
ଆଇଏମଡି କହିଛି ଯେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ।
ଦକ୍ଷିଣ ଓଡ଼ିଶାର ଅଧିକାଂଶ ଭାଗରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ଥିବାରୁ ରବିବାର ଅପରାହ୍ନରୁ ଅଗଷ୍ଟ ପର୍ଯ୍ୟନ୍ତ କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଥିବା କହିଛି ଆଇଏମ୍ଡି।
ଏହା ବ୍ୟତୀତ ପାଣିପାଗ ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ କାରଣ ଅଗଷ୍ଟ ୧୯ ରୁ ରାଜ୍ୟରେ ଅଧିକ ବର୍ଷା ହେବ ବୋଲି ସୂଚାଇ ଦେଇଛି ଆଇଏମ୍ଡି।
ପାଗ ଅନୁକୂଳ ନ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଅଗଷ୍ଟ ୧୭ ଏବଂ ୧୮ଯାଏ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Comments are closed.