Latest Odisha News

BREAKING NEWS

ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି

କାବୁଲ: ତାଲିବାନ ଦଖଲରେ ସମ୍ପୂର୍ଣ୍ଣ ଆଫ୍‌ଗାନ ସାମ୍ରାଜ୍ୟ। ବଢିଚାଲିଛି ତାଲିବାନ ଆତଙ୍କ। ଆଫ୍‌ଗାନିସ୍ତାନର ସମସ୍ତ ପ୍ରମୁଖ ଅଞ୍ଚଳଗୁଡିକୁ ନିଜ କାବୁରେ ଆଣିସାରିଲାଣି ତାଲିବାନ। ରାଜଧାନୀ କାବୁଲକୁ ଛାଡିଦେଲେ ପ୍ରାୟ ସମସ୍ତ ପ୍ରାଦେଶିକ ଅଞ୍ଚଳକୁ ଅକ୍ତିଆର କରିସାରିଲାଣି ତାଲିବାନ। ଏବେ କାବୁଲ ମୁହାଁ ତାଲିବାନ।

ଏହା ଭିତରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି ଇସ୍ତଫା ଦେଇଛନ୍ତି। ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଘନି ତାଙ୍କ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତାଲିବାନ କମାଣ୍ଡର ଅବଦୁଲ ଘନି ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.