Latest Odisha News

BREAKING NEWS

ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ବାଲେଶ୍ୱର: ବ୍ରାଉନସୁଗର ବେପାରର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର ଜିଲ୍ଲା । ଜଳେଶ୍ୱର ପାଲଟିଛି ଧଳା ଜହର ହବ୍ । ଡିଲ୍ ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜଳେଶ୍ୱର ମାର୍କେଟରୁ ପାଖାପାଖି ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଯାହାର ଓଜନ ୨କିଲୋ ୪୦୨ ଗ୍ରାମ୍ । ଏହି ଘଟଣାରେ ୩ ଜଣ ବେପାରୀଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ୱର ଅଞ୍ଚଳର ମମତାଜ ଖାନ୍, ଜଗତସିଂହପୁରର ଉଦୟନାଥ ରଥ ଓ କଟକ ୪୨ ମୌଜାର ପ୍ରଦୀପ କୁମାର ଦାସ । ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ରେଡ୍ କରିଥିଲା ଏସଟିଏଫ୍ । ସେମାନଙ୍କ ପାଖରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିବା ସହ ଅଧିକ ଖୋଳତାଡ ଜାରି ରହିଛି ।

ଏମାନେ କେଉଁଠାରୁ ଆଣିଥିରେ ବ୍ରାଉନସୁଗର । କିଏ ଏହାର ମାଷ୍ଟରମାଇଣ୍ଡ । ଆଉ କେଉଁମାନେ ସଂପୃକ୍ତ । ରାଜ୍ୟର କେଉଁ ସବୁ ଅଞ୍ଚଳରୁ ଜଳେଶ୍ୱରରୁ ଚାଲାଣ ହେଉଥିଲା ବ୍ରାଉନସୁଗର । ଲିଙ୍କ୍ ଖୋଜୁଛି ଏସଟିଏଫ୍ ।

ଗତବର୍ଷଠାରୁ ଆଜି ଭିତରେ ଏସଟିଏଫ୍ ୩୮ କିଲୋରୁ ଅଧିକ ବ୍ରାଉନସୁଗର, ୮୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଶହେରୁ ଅଧିକ ବେପାରୀଙ୍କୁ ଗିରଫ କଲାଣି ।

Leave A Reply

Your email address will not be published.