Latest Odisha News

ଟାଇଗର୍‌ଙ୍କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା। ଟାଇଗର ନୂଆ ଗୀତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରଶଂସା କରିଛନ୍ତି। ଟାଇଗରଙ୍କ ନୂଆ ଗୀତ ‘ବନ୍ଦେ ମାତରମ୍‌’ ବଡ ସଫଳତା ଲାଭ କରିଛି। ଟାଇଗର୍‌ଙ୍କ ଏହି ଦେଶପ୍ରେମ ଗୀତରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଭାବିତ ହୋଇଛନ୍ତି।

ସବୁବେଳେ ଟାଇଗର୍‌ ବିଭିନ୍ନ ନୃତ୍ୟ ଶୈଳୀ, ଷ୍ଟଣ୍ଟ ପ୍ରଦର୍ଶନ କିମ୍ବା ଫିଟ୍‌ନେସ୍‌ ଜରିଆରେ ପ୍ରଶଂସକଙ୍କୁ ପ୍ରଭାବିତ କରିଆସିଛନ୍ତି। କିନ୍ତୁ, ଏଥର ଟାଇଗରଙ୍କ କିଛି ନୂଆ ରୂପ ଦେଖିବାକୁ ମିଳିଛି। ତାଙ୍କର ନୂତନ ଗୀତ ‘ବନ୍ଦେ ମାତରମ୍‌’ ସହିତ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି।

ଟାଇଗର ଏହି ଗୀତର ଭିଡିଓ ଟ୍ୱିଟରରେ ସେୟାର କରି ପିଏମ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ କରିଛନ୍ତି। ଏହାସହିତ ସେ ଲେଖିଛନ୍ତି, ‘ବନ୍ଦେ ମାତରମ୍‌’ … ଏଗୁଡ଼ିକ କେବଳ ଶବ୍ଦ ନୁହେଁ, ବରଂ ଭାବନା। ଆମ ଭାବନା ଆମ ଦେଶ ପ୍ରତି ଯୋଗଦାନ କରିବାକୁ ଚେଷ୍ଟା କରିଥାଏ। ଏହି ସ୍ବାଧୀନତା ଦିବସ ଅବସରରେ ୧୩୦ କୋଟି ଭାରତୀୟଙ୍କ ପାଇଁ ଏକ ଛୋଟ ପ୍ରୟାସ।”

Leave A Reply

Your email address will not be published.