ଭୁବନେଶ୍ବର : ଓଡ଼ିଶା ପୋଲିସକୁ ସଫଳତା । ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ର ଲକମା ମାଡଭି, ଗଙ୍ଗା ମାଡ଼କମ ଓ ସୁକ ସୋଡି । ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓ ଗତିବିଧିରେ ଏମାନେ ସମ୍ପୃକ୍ତ ଥିଲେ । ଦୀର୍ଘ ୧୨ ବର୍ଷ ଧରି ଏମାନେ ବିଭିନ୍ନ ମାଓ ଗତିବିଧିରେ ସମ୍ପୃକ୍ତ ଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରୀ ନିୟମ ଅନୁସାରେ ଥଇଥାନ କରାଯିବ । ସେହିପରି ଅନ୍ୟ ମାଓବାଦୀମାନ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପୋଲିସ ଡିଜି । ଲକମା ମାଡଭି, ଗଙ୍ଗା ମାଡ଼କମ ଏରିଆ କମିଟି ମେମ୍ୱର ଥିବା ବେଳେ, ସୁକ ସୋଡି ପାର୍ଟି ମେମ୍ୱର ଭାବେ କାର୍ଯ୍ୟ କରୁଥିଲା ।
BREAKING NEWS
- ଆଗାମୀ ୫ ଦିନ ମଧ୍ୟରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
- ସ୍କୁଲରେ ପଢାଇବେ ଅତିଥି ଶିକ୍ଷକ, ୪ ହଜାରରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ ହେବେ ନିଯୁକ୍ତି
- ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲର ଶିକ୍ଷକଙ୍କ ଦରମା ସମସ୍ୟାର ସମାଧାନ କଲେ ମୁଖ୍ୟମନ୍ତ୍ରୀ
- ବାଚସ୍ପତି ନିର୍ବାଚନ ପୂର୍ବରୁ ସମାନ୍ତରଳ ଭାବେ ଦିଲ୍ଲୀରେ ଶାସକ-ବିରୋଧୀଙ୍କ ବୈଠକ
- ଭାଇରାଲ ହେଲା ଜୋନାଥନଙ୍କ ଈଶାରା ଓ ଗୁଲବଦିନଙ୍କ ଡ୍ରାମା
- ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେପିକୁ ଜଗନଙ୍କ ଦଳରୁ ମିଳିଲା ସମର୍ଥନ
- ଲୋକସଭାରେ ବିରୋଧୀ ଦଳ ନେତା ହେଲେ ରାହୁଲ ଗାନ୍ଧୀ
- ବଜ୍ରାଘାତରେ ଚାଲିଗଲା ଛାତ୍ରଙ୍କ ଜୀବନ
- ଆସିଲା ପ୍ରଥମ ପର୍ଯ୍ୟାୟ +୩ ମେରିଟ୍ ଲିଷ୍ଟ, ଜାଣନ୍ତୁ କେଉଁ କଲେଜରେ କ’ଣ ରହିଛି କଟଅଫ୍
- ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ, ଏବେ କେବଳ ରାତିରେ କଟକଣା