Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ଚାଲିଲା ବସ ସଫାରି

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦେଢ଼ ବର୍ଷ ପରେ ନୂତନ ଟେଣ୍ଡର ପ୍ରକ୍ରିୟାରେ ନନ୍ଦନକାନନରେ ପୁଣି ଚାଲିଲା ବସ ସଫାରି । ଏହାକୁ ଉଦଘାଟନ କରିଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜୀବ କୁମାର । ଏହାସହ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ବସ ସଫାରି । ବର୍ଷକର ଅବଧିରେ ମାସିକ ୬ ଲକ୍ଷ ୫୦ ହଜାର ଟଙ୍କା ବଜେଟରେ ଟେଣ୍ଡର ପ୍ରକ୍ରିୟା ଏକ ଘରୋଇ ସଂସ୍ଥାକୁ ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ନନ୍ଦନକାନନର ପଛପଟ ୯ ନମ୍ବର ଗେଟ ପାଖରେ ନବ ନିର୍ମିତ ନୂତନ ସଫାରି ବସ ଷ୍ଟାଣ୍ଡରେ ଟିକେଟ କାଟି ୪ଟି ସଫାରିର ମଜା ନେଇପାରିବେ ପର୍ଯ୍ୟଟକ । ତୃଣ ଭୋଜି, ଭାଲୁ, ବାଘ, ସିଂଘ ସଫାରିକୁ ପୁଣି ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ । ପ୍ରଥମେ ୩୪ ସିଟ ବିଶିଷ୍ଟ ୨ଟି ସଫାରି ଚଳାଚଳ କରିବ । ପରବର୍ତ୍ତି ସମୟରେ ୧୦ଟି ସଫାରି ବସର ବ୍ୟବସ୍ଥା କରାଯିବ । ପ୍ରତି ପର୍ଯ୍ୟଟକଙ୍କ ପିଛା ୬୦ ଟଙ୍କା ସଫାରି ଟିକେଟ୍ ଧାର୍ଯ୍ୟ କରାଯାଇଛି । ଅନ୍ୟପଟେ ଖୁବଶୀଘ୍ର ପରଯ୍ୟଟକଙ୍କ ପାଇଁ ହାତୀ ସଫାରି ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର ।

Leave A Reply

Your email address will not be published.