Latest Odisha News

BREAKING NEWS

ଟୋକିଓ ପାରାଲିମ୍ପିକ୍ସ: ୨୫ ଅଗଷ୍ଟରୁ ଯାତ୍ରା କରିବେ ଭାରତର ୫୪ ଆଥଲେଟ୍

ଟୋକିଓ: ଭାରତର ଆଥଲେଟଙ୍କ ପାରା ଅଲିମ୍ପିକ୍ସ (୨୪ ଅଗଷ୍ଟରୁ ୫ ସେପ୍ଟେମ୍ବର) ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି । ଏବେ ସେମାନେ ଟୋକିଓରେ ଭାରତ ପାଇଁ ପଦକ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିବେ । ଭାରତରୁ ୫୪ ଆଥଲେଟ୍ ୯ଟି କ୍ରୀଡା ବିଭାଗ ଯଥା ତୀରନ୍ଦାଜୀ, ଆଥଲେଟିକ୍ସ (ଟ୍ରାକ୍ ଏବଂ ଫିଲ୍ଡ), ବ୍ୟାଡମିଣ୍ଟନ୍‌, ସନ୍ତରଣ, ଭାରୋତ୍ତୋଳନ ଏବଂ ଅନ୍ୟ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହା ହେଉଛି ଭାରତ ପୂର୍ବରୁ ଯେକୌଣସି ପାରାଲିମ୍ପିକ୍ସକୁ ପଠାଇଥିବା ଦଳ ଅପେକ୍ଷା ବୃହତ୍ତମ । ସମସ୍ତ ୫୪ ଆଥଲେଟ୍ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (ଟିଓପିଏସ୍‍) ର ଏକ ଅଂଶ । ଭବୀନା ଏବଂ ସୋନାଲବେନ୍ ଟୋକିଓରେ ଅଗଷ୍ଟ ୨୫ ତାରିଖ ଅର୍ଥାତ୍‍ କ୍ରୀଡା ଉଦ୍‍ଘାଟନୀ ଦିନରୁ ନିଜର ଯୋଗ୍ୟତା ରାଉଣ୍ଡ ଆରମ୍ଭ କରିବେ ।

୪୯ କିଲୋଗ୍ରାମରୁ କମ୍‍ ମହିଳା କେ୪୪ ବର୍ଗରେ ଅରୁଣା,  ୫୦ କିଲୋଗ୍ରାମ ମହିଳା ବର୍ଗରେ ସାକିନା  ଦକ୍ଷତା ପ୍ରଦର୍ଶନ କରିବେ । ଗୁଜୁରାଟରୁ ଭାବିନା ପଟେଲ ଏବଂ ସୋନାଲବେନ ପଟେଲ ପାରା ଟେବୁଲ୍ ଟେନିସ୍ ହ୍‌ୱିଲ୍‌ଚେୟାର କ୍ଲାସ ୪ ବର୍ଗ ଏବଂ ଜଣିକିଆ ମହିଳା ହ୍‌ୱିଲ୍‌ଚେୟାର କ୍ଲାସ୍ ୩ ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ପାରା ଟିଟିର ନିଜ ବଡ ଭଉଣୀଙ୍କ ପଦାଙ୍କ ଅନୁସରଣ କରି ଭାରତରୁ ପାରାଲିମ୍ପିକ୍ କ୍ରୀଡାରେ ୨୧ ବର୍ଷ ବୟସ୍କ ଏକମାତ୍ର ପାରା ଟାଏକୋଣ୍ଡୋ ପ୍ରତିନିଧି ଅରୁଣା ତନୱାର ଯୋଗଦେବେ । ୪୯ କିଲୋଗ୍ରାମରୁ କମ୍‍ କେ୪୪ ବର୍ଗରେ ମହିଳାମାନଙ୍କ ମଧ୍ୟରେ ହରିୟାଣାର ଅରୁଣା ଅଂଶଗ୍ରହଣ କରିବେ । ସେ ସେପ୍ଟେମ୍ବର ୨ ରେ ରାଉଣ୍ଡ -୧୬ ରାଉଣ୍ଡରୁ ତାଙ୍କର ଖେଳ ଆରମ୍ଭ କରିବେ । ପାରା ଭାରତ୍ତୋଳନରେ ଭାରତ ଜୟ ଦୀପ ଏବଂ ସାକିନା ଖାଟୁନଙ୍କ ଭଳି ଦୁଇ ଜଣ ଶ୍ରେଷ୍ଠ କ୍ରୀଡାବିତ୍‍ଙ୍କୁ ପଠାଇଛି । ପଶ୍ଚିମବଙ୍ଗରେ ଜନ୍ମିତ ସାକିନା ବାଙ୍ଗାଲୋରର ଏସ୍‍ଏଆଇ ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପ୍ରଶିକ୍ଷଣ ନେଉଥିବାବେଳେ ହରିୟାଣାର ଜୟ ଦୀପ ରୋହତକର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପ୍ରଶିକ୍ଷଣ ନେଉଛନ୍ତି । ୬୫ କିଲୋଗ୍ରାମ ପୁରୁଷ ବର୍ଗରେ ଅଂଶଗ୍ରହଣ କରୁଥିବା ଜୟ ଦୀପ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ସହକାରୀ ପ୍ରଶିକ୍ଷକ ଅଟନ୍ତି । ତିନିଟିରୁ ଅଧିକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ଏବଂ କ୍ରୀଡ଼ା ବିଜ୍ଞାନ ସହାୟତା ସହିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ ଦୃଷ୍ଟିରୁ ଉଭୟ ଭାରତ ସରକାରଙ୍କ ସହାୟତା ଗ୍ରହଣ କରିଛନ୍ତି । ଅଗଷ୍ଟ ୨୭ ରେ ଉଭୟ ନିଜ ନିଜ ଅନ୍ତିମ ରାଉଣ୍ଡରେ ଟୋକିଓରେ ପ୍ରଦର୍ଶନ କରିବେ ।

Comments are closed.