Latest Odisha News

BREAKING NEWS

କାଙ୍ଗାଳ ହେବେ ତାଲିବାନୀ: ଆଫଗାନିସ୍ତାନକୁ ଫଣ୍ଡିଂ ବନ୍ଦ କଲା ବିଶ୍ୱ ବ୍ୟାଙ୍କ

ଓ୍ୱାଶିଂଟନ୍: କାଙ୍ଗାଳ ହୋଇଯିବେ ତାଲିବାନୀ । କାବୁଲକୁ ତାଲିବାନ ନିଜ କବଜାକୁ ନେବା ପରେ ଆଫଗାନିସ୍ତାନକୁ ବିଭିନ୍ନ ମହଲରୁ ଫଣ୍ଡିଂ ବନ୍ଦ ହେଉଛି । ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆର୍ଥିକ ସହାୟତା ଦେବାକୁ ମନା କରିଥିଲା । ଏବେ ବିଶ୍ୱବ୍ୟାଙ୍କ ଫଣ୍ଡିଂ ବନ୍ଦ କରି ଦେଇଛି । ତାଲିବାନ ନିୟନ୍ତ୍ରଣକୁ ଆଫଗାନିସ୍ତାନ ଚାଲିଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ବିଶ୍ୱବ୍ୟାଙ୍କ ।

କୁହାଯାଉଛି ତାଲିବାନ ନିୟନ୍ତ୍ରଣରେ ଆଫଗାନିସ୍ତାନର ବିକାଶ ଯୋଜନା ବାଟବଣା ହେବ । ମହିଳାଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ । ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ପରିସ୍ଥିତିରେ ଆଫଗାନିସ୍ତାନକୁ ଅନୁଦାନ ବନ୍ଦ କରାଯାଇଛି ।

ବିଶ୍ୱବ୍ୟାଙ୍କ ନିଜର ଆଭ୍ୟନ୍ତରୀଣ ନୀତି ଓ ପ୍ରକ୍ରିୟାର ଅଂଶ ବିଶେଷ ଭାବରେ ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖିଛି । ଅନ୍ତରାଷ୍ଟ୍ରୀୟ ଅଂଶୀଦାର ଓ ବିକାଶଧାରାରେ ସାମିଲ ଲୋକଙ୍କ ସହ ଆଲୋଚନା ଜାରି ରଖିବ ।

ଅଂଶୀଦାରଙ୍କ ସହ ଆଲୋଚନା କରି ଆଫଗାନିସ୍ତାନକୁ ସହାୟତା ଦିଗରେ କୌଣସି ରାସ୍ତା ବାହାର କରିବା ଉପରେ ଉଦ୍ୟମ ଜାରି ରହିବ ବୋଲି ବିଶ୍ୱବ୍ୟାଙ୍କ କହିଛି । ଆଫଗାନିସ୍ତାନକୁ ବିଶ୍ୱବ୍ୟାଙ୍କର ଫଣ୍ଡିଂ ବନ୍ଦ ନିଷ୍ପତ୍ତି ତାଲିବାନୀଙ୍କ ପାଇଁ ବଡ଼ ଝଟକା ।

ତାଲିବାନୀ ଏବେ ବୁଝିବା ଆବଶ୍ୟକ, ବନ୍ଧୁକରେ ଦେଶ ଚଳାଇ ହେବନି । ଆର୍ଥିକ ସହାୟତା ଆବଶ୍ୟକ । ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହାୟତା ବନ୍ଦ କରିଥିବା ବେଳେ ବାଇଡେନ୍ ପ୍ରଶାସନ ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କରେ ଥିବା ସମ୍ପତ୍ତିକୁ ଜବତ କରିଛି ।

Comments are closed.