Latest Odisha News

ଏହି ୩ଟି ଦେଶରେ ଏଯାଏ ଆରମ୍ଭ ହୋଇନି ଟିକାକରଣ

ନୂଆଦିଲ୍ଲୀ: ବୈଶ୍ବକ ସ୍ତରରେ ଟିକାକରଣ ଅଭିଯାନକୁ ନେଇ ସଚେତନତା ପ୍ରସାର କରାଯାଉଛି। ଲୋକଙ୍କୁ ଟିକାକରଣ ଲାଗି ବିଭିନ୍ନ ଉପାୟରେ ପ୍ରୋତ୍ସାହିତ କରାଯାଉଛି। ଅଦ୍ୟାବଧି ବୈଶ୍ବକ ସ୍ତରରେ ୫ ବିଲିୟନରୁ ଅଧିକ ଲୋକ କରୋନା ବିରୋଧୀ ଟିକା ଗ୍ରହଣ କରିଥିବା ଜଣାପଡ଼ିଛି। ଅନ୍ୟପଟେ ବହୁ ଧନୀ ଦେଶ ଉଭୟ ଡୋଜ ଟିକାକରଣ ପରେ ଏବେ ବୁଷ୍ଟର ଡୋଜ୍‌ ଦେବା କଥା ବିଚାର କଲେଣି।

କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ବି ଏପରି ୩ଟି ଦେଶ ରହିଛି ଯେଉଁଠି ଏପର୍ଯ୍ୟନ୍ତ ଟିକାକରଣ ଅଭିଯାନ ଆରମ୍ଭ ହୋଇନାହିଁ। ଏହି ୩ଟି ଦେଶ ହେଉଛି ବୁରୁନ୍ଦି, ଇରିଟ୍ରିଆ ଏବଂ ଉତ୍ତର କୋରିଆ।

AFP ଅନୁଯାୟୀ, ସାରା ବିଶ୍ୱରେ ଅତି କମରେ ୫.୦୦୬ ବିଲିୟନ ଟିକାକରଣ ହୋଇସାରିଲାଣି।

ଅଧିକାଂଶ ଗରିବ ଦେଶ ବର୍ତ୍ତମାନ ଟିକାକରଣ ଅଭିଯାନ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ କିଛି ଧନୀ ଦେଶଙ୍କ ଟିକା ଦାନ ପରେ ଏହି ଦେଶଗୁଡିକରେ ଟିକାକରଣ ଆରମ୍ଭ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.