ରାୟପୁର: ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି । ଦାମ୍ପତ୍ୟ ଦୁଷ୍କର୍ମ ଅଭିଯୋଗ ମାମଲାର ଏକ ଶୁଣାଣୀ କରି ମାନ୍ୟବର କୋର୍ଟ ଏହି ରାୟ ଶୁଣାଇବା ସହ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଇନଗତ ଉପାୟରେ ବିବାହ ହୋଇଥିବ ଏବଂ ପତ୍ନୀଙ୍କ ବୟସ ୧୮ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ସ୍ୱାମୀଙ୍କ ବଳପୂର୍ବକ ସମ୍ପର୍କକୁ ଦୁଷ୍କର୍ମ ବିବେଚନା କରାଯିବ ନାହିଁ ।
ଉପରୋକ୍ତ ବ୍ୟକ୍ତିଜଣଙ୍କୁ ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ କରିଥିଲେ ମଧ୍ୟ ତେବେ ଅପ୍ରାକୃତିକ ଶାରୀରିକ ସମ୍ପର୍କ ଧାରା ୩୭୭ ଅନୁଯାୟୀ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ କାଏମ ରଖିଛନ୍ତି ।
Comments are closed.