Latest Odisha News

BREAKING NEWS

ରହସ୍ୟମୟ ଝୁଲନ୍ତା ଖମ୍ବ

ଭୁବନେଶ୍ୱର: ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ପ୍ରତିଦିନ ଆମ ଚାରିପଟେ ରହସ୍ୟମୟ ଘଟଣା ଘଟୁଛି । ଯାହା ବିଷୟରେ ଜାଣିବା ସମ୍ଭବପର ନୁହେଁ । ସେମିତି ଏକ ରହସ୍ୟମୟ ଘଟଣା ବିଷୟରେ ଜାଣିବା ଆନ୍ଧ୍ରପ୍ରଦେଶ ଲେପାକ୍ଷୀ ମନ୍ଦିରରେ ।

ଲେପାକ୍ଷୀ ମନ୍ଦିରରେ ପ୍ରତିଦିନ ରୀତିନୀତିର ସହ କରାଯାଉଛି ପୂଜା ।  ପ୍ରତିଦିନ ଲାଗୁଛି ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ଼ । ମନ୍ଦିର ସମ୍ମୁଖରେ ରହିଛି ଦୁନିଆର ସବୁଠୁୂ ବଡ଼ ନନନ୍ଦୀ । ଯାହାକି ବିଶାଳକାୟ ପଥରରେ ତିଆରି ହୋଇଛି । ମନ୍ଦିର ଭିତରେ ପୁରୁଣା କଳା କୃତି । ବିଜୟନଗର ବାସ୍ତୁକଳାର ବିଶେଷ ଶୈଳୀରେ ତିଆରି ହୋଇଛି ମନ୍ଦିରରେ ଥିବା ସବୁ ଦେବାଦେବୀ । ଏମିତିକି ପଥରରେ ଲିପିବଦ୍ଧ ହୋଇଛି ପୁରାଣ ରାମାୟଣ ଓ ମହାଭାରତ କଥା ।

ମନ୍ଦିର ଭିତରେ ରହିଛି ୧୭ଟି ଖମ୍ବ । ହେଲେ ସେଥିରେ କିନ୍ତୁ ଗୋଟିଏ ଖମ୍ବ ଝୁଲନ୍ତା ଅବସ୍ଥାରେ ରହିଛି । ଲୋକମାନେ ଏହାକୁ ବେଶ୍ ଶୁଭ ମାନନ୍ତି । ଏଠାରେ ଖମ୍ବ ସ୍ପର୍ଶ କରାଇ ଘରକୁ ନିଆଯାଇଥିବା ଜିନିଷକୁ ଅତିଶୁଭ ମନାଯାଏ । ତେବେ ଏହି ଖମ୍ବକୁ ନେଇ ବି ଅନେକ କିମ୍ବଦନ୍ତୀ ଆଉ ରହସ୍ୟ ରହିଛି । ହେଲେ ଖମ୍ବ ନେଇ କଣ ରହିଛି ରହସ୍ୟ ତା କାହାକୁ ବି ଜଣାନାହଁ ।

ରହସ୍ୟରେ ଦେଖିବା ଏହି ରିପୋର୍ଟ ….

 

Leave A Reply

Your email address will not be published.