ଲକ୍ଷ୍ନୌ: ବଦଳିଯିବ ଉତ୍ତରପ୍ରଦେଶର ଏହି ସହରର ନାଁ। ୟୁପି ସରକାର ସୁଲତାନପୁର ସହରର ନାଁ ପରିବର୍ତ୍ତନ କରି କୁଶ ଭବନପୁର ନାମରେ ନାମିତ କରିବାକୁ ପ୍ରସ୍ତୁତ ହେଉଛନ୍ତି। କୁଶ ହେଉଛି ପ୍ରଭୁ ରାମଙ୍କ ପୁଅର ନାମ।
ରାଜସ୍ୱ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ଏଥିପାଇଁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯାଇଛି ଯାହା ଏହାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିବ।
ସୁଲତାନପୁରର ବିଜେପି ବିଧାୟକ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହା ପରେ ସୁଲତାନପୁରର ଜିଲ୍ଲା ମାଜିଷ୍ଟ୍ରେଟ ରାଜ୍ୟ ସରକାର ତଥା ରାଜସ୍ୱ ବୋର୍ଡକୁ ଏହି ସହରର ନାମକୁ କୁଶ ଭବନପୁର ନାମରେ ନାମିତ କରିବାକୁ ଗେଜେଟରରେ ସୁଲତାନପୁରର ପ୍ରାଚୀନ ଇତିହାସ ଦର୍ଶାଇ ଏକ ସୁପାରିଶ ପଠାଇଥିଲେ।
ଯଦି ଏହି ପ୍ରସ୍ତାବ ଗ୍ରହଣ କରାଯାଏ, ତେବେ ସୁଲତାନପୁର ତୃତୀୟ ଜିଲ୍ଲା ହେବ ଯାହାକି ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ବାରା ନାମିତ ହେବ। ଏହା ପୂର୍ବରୁ ଯୋଗୀଙ୍କ ଶାସନ କାଳୋ ଫୈଜାବାଦର ନାମ ବଦଳାଯାଇ ଅଯୋଧ୍ୟା ଏବଂ ଆହ୍ଲାବାଦ ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ରଖାଯାଇଥିଲା।
Comments are closed.