ନୂଆପଡ଼ା: ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୧ତାରିଖରେ ନୂଆଁଖାଇ ପାଳନ ହେବାକୁ ଥିବା ବେଳେ ଖଡ଼ିଆଳ ଅଞ୍ଚଳ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ଆଜି ଖଡ଼ିଆଳ ରାଜ ଦରବାର ପ୍ରାଙ୍ଗଣଠାରେ ଖଡ଼ିଆଳ ଯୁବରାଜ ଦେଵ ଦେଵ ସିଂ ଦେଓ ,ରାଜ ପୁରୋହିତ ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ଯୋଗଦେଇ ଲଗ୍ନ ବାହାର କରିଥିଲେ। ୧୦ତାରିଖ ମଧ୍ୟ ରାତ୍ରୀରେ ଦୁଇ ଇଷ୍ଟଦେବୀ ମାଆ ରକ୍ତାମ୍ବରୀ ଓ ମାଆ ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗିହେବ ।
୧୧ତାରିଖ ପୂର୍ବାହ୍ନ ୧୦.୪୦ଘ.ରୁ ଘ.୧୧.୪୫ମି.ମଧ୍ୟେ ତୁଳା ରାଶି ବିଛାଲଗ୍ନରେ ଅଞ୍ଚଳବାସୀ ନୂଆଁ ଖାଇବେ । କୋଭିଡ ନିୟମ ମାନି ସମସ୍ତେ ନବାନ୍ନ ଖାଇବାକୁ ନୂଆପଡା ବାସୀଙ୍କୁ ଅନୁରୋଧ । ଖଡ଼ିଆଳ ରାଜ ଦରବାର ତରଫରୁ ଖଡ଼ିଆଳ ଅଞ୍ଚଳ ପାଇଁ ଲଗ୍ନ ଧାର୍ଯ୍ୟ କଲା ପରେ ସମସ୍ତେ ନିୟମାନୁସାରେ ନବାନ୍ନ ଖାଇଥାନ୍ତି ।
Comments are closed.