Latest Odisha News

BREAKING NEWS

ରେକର୍ଡ କଲା ଭାରତ; ଗୋଟିଏ ଦିନରେ ୧ କୋଟି ଟିକାକରଣ; ଶୀର୍ଷରେ ୟୁପି

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୁଦ୍ଧରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଗୋଟିଏ ଦିନରେ ୧ କୋଟି ଡୋଜ ଟିକାକରଣ କରି ରେକର୍ଡ ସୃଷ୍ଟି କରିଛି ଦେଶ। ଦେଶର ଏହି ସଫଳତା ପାଇଁ ଭାରତକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୋମ୍ୟା ସ୍ୱାମୀନାଥନ୍ ଗୋଟିଏ ଦିନରେ ୧୦ ମିଲିୟନ ଟିକାକରଣ ଲକ୍ଷ ହାସଲ କରିଥିବ‌ାରୁ ଭାରତକୁ ପ୍ରଶଂସା କରିବା ସହ ଏବଂ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

ଡକ୍ଟର ସୋମ୍ୟା ସ୍ୱାମୀନାଥନ୍ ଟ୍ୱିଟ୍ କରି କହିଛନ୍ତି ଯେ ହାରାହାରି ୫୦ ପ୍ରତିଶତ ବୟସ୍କଙ୍କୁ ଟିକାକରଣ କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ୬୨,୧୭,୦୬,୮୮୨ ରୁ ଅଧିକ କରୋନା ଟିକା ଦିଆସରିଛି ଏବଂ ଗତକାଲି ଏକ କୋଟି ଲୋକ ଏହି ଟିକା ନେଇଛନ୍ତି।

ଏଥି ସହ ଭାରତରେ ପ୍ରତିରକ୍ଷା ପ୍ରତି ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ମୁଖ୍ୟ ଡକ୍ଟର ଏନ.କେ ଅରୋରା ଶୁକ୍ରବାର ଦିନ କହିଛନ୍ତି ଯେ ଗୋଟିଏ ଦିନରେ ୧୦ ନିୟୁତ ଲୋକଙ୍କୁ ଟିକାକରଣ କରାଯାଇଛି ଏବଂ ଏହା ଭାରତୀୟ ସ୍ୱାସ୍ଥ୍ୟ ପାଇଁ ଗର୍ବର ବିଷୟ। ଏହି ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି ଡା. ଅରୋରା ଆଶା ରଖିଛନ୍ତି।

ମୋଟ ଟିକାକରଣ ମଧ୍ୟରୁ ଉତ୍ତରପ୍ରଦେଶ ୨୮,୬୨,୬୪୯ ଟିକାକରଣ ସହ ଶୀର୍ଷରେ ରହିଛି। ଏହାପରେ କର୍ଣ୍ଣାଟକ ୧୦,୭୯,୫୮୮ ଡୋଜ ସହିତ ଦ୍ୱିତୀୟ ସ୍ଥାନରେ ଏବଂ ମହାରାଷ୍ଟ୍ର ୯୮୪,୧୧୭ ଟିକା ଡୋଜ ସହିତ ତୃତୀୟ ସ୍ଥାନରେ ରହିଛି।

Comments are closed.