Latest Odisha News

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟସ୍ତରୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ୟୁନିସେଫର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଅଭିମୁଖି କାର୍ଯ୍ୟକ୍ରମ “କୋଭିଡ ପ୍ଲସ ଅନ ହ୍ବିଲ ” ଉଦଯାପିତ ହୋଇଯାଇଛି। କୋଭିଡର ତୃତୀୟ ଲହରକୁ ନଜରରେ ରଖି ସଚେତନତା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ସଚେତନତା ଅଭିଯାନ ସେପ୍ଟେମ୍ବର ମାସର ପ୍ରଥମ ଓ ଦ୍ଵିତୀୟ ସପ୍ତାହରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମଗ୍ର ଓଡ଼ିଶାବାସୀଙ୍କ ସହ ଯୋଡ଼ି ହେବା ପାଇଁ ସାମାଜିକ ଗଣ ମାଧ୍ୟମକୁ ଉପଯୋଗ କରିବା ପାଇଁ କହିଥିଲେ।

ଏହି ଅବସରରେ ଉପ ଶାସନ ସଚିବ ସଂଜୟ କୁମାର ମିଶ୍ର ଯୋଗଦେଇ, ସାଧାରଣ ଲୋକଙ୍କ ପାଖରେ ଅଧିକରୁ ଅଧିକ ସଚେତନତା ବାର୍ତ୍ତା ପହଞ୍ଚେଇବାକୁ କହିଥିଲେ।

ସଂସ୍କୃତି ବିଭାଗ, ଲୋକ ସମ୍ପର୍କ ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ ଗତ ଡିସେମ୍ବର ୨୦୨୦ରୁ କୋଭିଡ ବିଷୟରେ ସଚେତନତା କାର୍ଯ୍ୟକ୍ରମ , ଓଡ଼ିଶାର ସମଗ୍ର ୩୦ ଟି ଜିଲ୍ଲାରେ ଜାରି ରହିଛି। ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତିୟ ସ୍ତରରେ ମଧ୍ୟ ପ୍ରଶଂସା ସାଉଁଟି ପାରିଛି। ଏଥିପାଇଁ ଓଡ଼ିଶା ସରକାରଙ୍କ ଲୋକକଳା ସଂଘ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଗାଁରେ ରହୁଥିବା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ପାରିଥିଲା।

ଏଥିପାଇଁ ଏକ ତାଲିମ ଶିବିର ଆୟୋଜନ କରାଯାଇ , ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡିକୁ ନେଇ ଅଭିମୁଖିକରଣ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଅଞ୍ଚଳର , ଆଞ୍ଚଳିକ ଭାଷାକୁ ନେଇ ଏହି କାର୍ଯ୍ୟକ୍ରମ ପାଇଁ ସଂଳାପ ଲେଖାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ ପରିଚାଳନା କରିଥିବା ବେଳେ, ରାଜ୍ୟ କଳାସଂସ୍କୃତି ସଙ୍ଘର ଉପସଭାପତି ଅବନୀ କୁମାର ମିଶ୍ର ଓ ୟୁନିସେଫ ପକ୍ଷରୁ ବିପୁଳ ମାଲବ୍ୟ ଯୋଗ ଦେଇଥିଲେ।

Leave A Reply

Your email address will not be published.