Latest Odisha News

କାବୁଲ ଏୟାରପୋର୍ଟ ବିସ୍ଫୋରଣରେ ମୃତକଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ପୁରୀ: କାବୁଲ ଏୟାରପୋର୍ଟରେ ବିସ୍ଫରୋଣରେ ଶତାଧିକ ମୃତ୍ୟୁବରଣ କରିଛନ୍ତି  । ପୁରୀ ବେଳାଭୂମିରେ ବାଲୁକା କଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ଏହି ଘଟଣାରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି  । ପୃଥିବୀରେ ସମସ୍ତ ହିଂସା ଛାଡି ଶାନ୍ତିରେ ଜୀବନଯାପନ କରିବାକୁ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ  ।

କାବୁଲ ଏୟାରପୋର୍ଟରେ ଆଇଏସଆଇଏସ୍ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ କରିଥିଲେ  । ଏଥିରେ ୧୭୦ ଲୋକଙ୍କର ଜୀବନ ଯାଇଛି  । ସେମାନଙ୍କ ଭିତରେ ଆମେରିକାର ସୈନ୍ୟ ବି ଅଛନ୍ତି  । ଆହତ ହୋଇଛନ୍ତି ଶତାଧିକ । ଆତଙ୍କବାଦୀଙ୍କ ଏଭଳି ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରୁଛି  ।

Leave A Reply

Your email address will not be published.