ହନ୍ଦୱାଡା: ୩୨ ବର୍ଷ ପରେ ଉତର କଶ୍ମୀରର ହନ୍ଦୱାଡାରେ ଏଥର ପାଳିତ ହୋଇଛି ଜନ୍ମାଷ୍ଟମୀ ମହୋତ୍ସବ । ୧୯୮୯ରେ ଶେଷ ଥର ପାଇଁ ଏଠାରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ସକାଳୁ କଶ୍ମୀର ପଣ୍ଡିତମାନେ ପ୍ରଭାତ ପରିକ୍ରମା କରିଥିଲେ । କରୋନା ମହାମାରୀ କବଳରୁ ରକ୍ଷା କରିବା ପାଇଁ ସେମାନେ ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ଗଣପତ୍ୟାର ମନ୍ଦିରରୁ ପ୍ରଭାତ ପରିକ୍ରମା ଆରମ୍ଭ ହୋଇ ଜେନ୍ଦା ମୋହଲ୍ଲା, ଜାହାଙ୍ଗୀର ଚୌକ, ମୌଲାନା ଆଜାଦ ରୋଡ ଦେଇ ରେଜିଡେନ୍ସି ରୋଡରେ ଶେଷ ହୋଇଥିଲା । ସହଯୋଗ ନେଇ ଭକ୍ତାନେ ସ୍ଥାନୀୟ ଲୋକମାନଙ୍କୁ ଧନ୍ୟବାଦ ଦେଇଥିଲେ । ଭକ୍ତମାନେ ରାସ୍ତାରେ ନାଚି, ଗୀତ ଗାଇ ଏକ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲେ ।
Comments are closed.