Latest Odisha News

BREAKING NEWS

ନନ୍ଦନକାନନ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ

ଭୁବନେଶ୍ବର : ନନ୍ଦନକାନନ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନାର କର୍ତ୍ତୃପକ୍ଷ । ଆଜି କେନ୍ଦ୍ରୀୟ ଚିଡ଼ିଆଖାନାର ପିସିସିଏଫ ୟୁ ପ୍ରକାଶମ ଯୋଗ ଦେଇ ନନ୍ଦନକାନନ ପ୍ରାଣୀ ଉଦ୍ୟ।ନ ଓ ବଟାନିକାଲ ଗାର୍ଡେନର ବିଭିନ୍ନ ଦିଗ ଉପରେ ସ୍ଥିତି ପରଖିଛନ୍ତି । ପ୍ରାଣୀ ଉଦ୍ୟନରେ ବସବାସ କରୁଥିବା ବିଭୀନ୍ନ ପଶୁପକ୍ଷୀଙ୍କ ଆବାସ ସ୍ଥଳ, ଖୁଆଡର ପରିବେଶ, ପଶୁପକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ସହ ହାତୀଶାଳରେ ଥିବା ଅସୁସ୍ଥ ହାତୀ ବାସନ୍ତୀର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ ।

ଏହାପରେ ଧଳା ମହାବଳ ବାଘ, ସିଂହ, ଜିରାଫ, ସିମ୍ପାଜି, ସରୀସୃପ ଉଦ୍ୟାନ, ପକ୍ଷୀ ସାରଣୀ, ଶାଗୁଣା ପ୍ରଜନନ କେନ୍ଦ୍ର ପରିଦର୍ଶନ କରିଥିଲେ କେନ୍ଦ୍ରୀୟ ଚିଡ଼ିଆଖାନାର କର୍ତ୍ତୃପକ୍ଷ । ନନ୍ଦନକାନନ ସମସ୍ତ ଚିଡ଼ିଆଖାନା ମାନଙ୍କ ମଧ୍ୟରେ ଏକ ପ୍ରମୁଖ ଚିଡ଼ିଆ ଘର । ଏଠିକାର ପରିବେଶ ସବୁବେଳେ ସମସ୍ତଙ୍କୁ ଆକୃଷ୍ଠ କରିଥାଏ ବୋଲି କହିଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନାର କର୍ତ୍ତୃପକ୍ଷ । ନନ୍ଦନକାନନରେ କିଛିଟା ଖୁଆଡ଼ ଫାଙ୍କା ଅଛି । ଖୁବଶୀଘ୍ର ଏହି ଖୁଆଡରେ ବିଭିନ୍ନ ଜୀବ ଜନ୍ତୁଙ୍କୁ ଅଣାଯାଇ ପୂରଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.