ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ବାହାରିବ ଲଗ୍ନ । ପରମ୍ପରା ଅନୁସାରେ ଜନ୍ମାଷ୍ଟମୀର ପରଦିନ ନୂଆଖାଇ ଲଗ୍ନ ନିର୍ଘଣ୍ଟ କରାଯାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ଧାର୍ୟ୍ୟ କରାଯିବ । ଏନେଇ ସନ୍ଧ୍ୟା ୫ଟାରେ ପଣ୍ଡିତ, ଜ୍ୟୋତିର୍ବିଦ ଓ ବିଦ୍ୱାନମାନେ ଏକାଠି ବସି ନୂଆଖାଇ ଲଗ୍ନ ନିର୍ଦ୍ଧାରଣ କରିଥାଆନ୍ତି ।
ଏହାପରେ ଲଗ୍ନପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ମାଆ ସମଲେଶ୍ୱରୀଙ୍କ ନିକଟରେ ଅର୍ପଣ କରିଥାଆନ୍ତି । ନିର୍ଦ୍ଧିରିତ ଲଗ୍ନ ଓ ସମୟରେ ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଥାଏ । ଏହାପରେ ପଶ୍ଚିମ ଓଡ଼ିଶାବାସୀ ନୂଆ ଖାଇ ଥାଆନ୍ତି । ଚଳିତବର୍ଷ ସେପ୍ଟେମ୍ବର ୧୧ ତାରିଖରେ ନୂଆଖାଇ ପଡୁଛି ।
Comments are closed.