Latest Odisha News

BREAKING NEWS

ଅଧିକ ସଂକ୍ରାମକ ହୋଇପାରେ କରୋନାର ନୂଆ ପ୍ରଜାତି C.1.2

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଅନୁଯାୟୀ, କରୋନାର ନୂତନ ପ୍ରଜାତି, କୋଭିଡ୍-୧୯ ସୃଷ୍ଟି କରୁଥିବା ଭୂତାଣୁ ଦକ୍ଷିଣ ଆଫ୍ରିକା ଏବଂ ବିଶ୍ବର ଅନ୍ୟାନ୍ୟ ଦେଶରେ ଚିହ୍ନଟ ହୋଇଛି ଯାହା ଅଧିକ ସଂକ୍ରମଣ ହୋଇପାରେ ବୋଲି ଜଣାପଡ଼ିଛି। ଟିକା ପ୍ରଦାନ ଦ୍ବାରା ଏହି ସଂକ୍ରମଣକୁ ଏଡାଇ ଦିଆଯାଇପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର କମ୍ୟୁନିକେବଲ୍ ଡିଜିଜ୍‌ (NICD) ଏବଂ ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ-ନାଟାଲ୍ ରିସର୍ଚ ଇନୋଭେସନ୍ ଆଣ୍ଡ ସିକ୍ୱେନ୍ସିଂ ପ୍ଲାଟଫର୍ମ (KRISP) ର ବୈଜ୍ଞାନିକମାନେ କହିଛନ୍ତି ଯେ ସମ୍ଭାବ୍ୟ ପ୍ରକାର C.1.2 ଚଳିତ ବର୍ଷ ମେ ମାସରେ ଦେଶରେ ପ୍ରଥମେ ଚିହ୍ନଟ ହୋଇଥିଲା।

ଅଗଷ୍ଟ ୧୩ ସୁଦ୍ଧା ଚାଇନା, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ମରିସସ୍, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ସ୍ୱିଜରଲ୍ୟାଣ୍ଡରେ C.1.2 ଭୂତାଣୁ ପ୍ରଭାବ ବିସ୍ତାର କରିଥିଲା ବୋଲି ସେମାନେ କହିଛନ୍ତି।

ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ନୂତନ ପ୍ରଜାତି ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ଅଧିକ ସଂକ୍ରାମକ ଓ ବିପଜ୍ଜନକ ହୋଇପାରେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.