ନୂଆଦିଲ୍ଲୀ: ହ୍ବାଟସ୍ ଆପ୍ ୟୁଜର୍ସଙ୍କୁ ବଡ଼ ଝଟ୍କା। ଫେସବୁକ୍ ମାଲିକାନାରେ ଥିବା ହ୍ବାଟସ୍ ଆପ୍ ବର୍ତ୍ତମାନ ନୂତନ ଆଇଟି ନିୟମ ଅନୁସରଣ ଆରମ୍ଭ କରିଛି। ଗତ ମାସରେ କମ୍ପାନୀ ଏହାର ପ୍ରଥମ ମାସିକ ସୁରକ୍ଷା ରିପୋର୍ଟ ପ୍ରକାଶ କରିଥିଲା।
ଏହି ରିପୋର୍ଟରେ ହ୍ବାଟସ୍ ଆପ୍ ପ୍ରକାଶ କରିଛି ଯେ ଏହା ମେ ୧୫ ରୁ ଜୁନ୍ ୧୫ ମଧ୍ୟରେ ଭାରତରେ ଅତି କମରେ ୨ ନିୟୁତ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ବର୍ତ୍ତମାନ, ଦ୍ୱିତୀୟ ରିପୋର୍ଟ ଆସିଛି ଯାହା ଅନୁଯାୟୀ ହ୍ବାଟସ୍ ଆପ୍ ୪୫ ଦିନ ମଧ୍ୟରେ ଭାରତରେ ୩ ମିଲିୟନରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି।
ହ୍ବାଟସ୍ ଆପ୍ ୧୬ ଜୁନ୍ ରୁ ୩୧ ଜୁଲାଇ ମଧ୍ୟରେ ୪୬ ଦିନ ମଧ୍ୟରେ ଭାରତରେ ୩,୦୨୭,୦୦୦ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ଏକ ଭାରତୀୟ ଆକାଉଣ୍ଟକୁ +୯୧ ଫୋନ୍ ନମ୍ବର ମାଧ୍ୟମରେ ଚିହ୍ନଟ କରାଯାଇଛି। ଏହାପୂର୍ବରୁ ହ୍ବାଟସ୍ ଆପ୍ କହିଛି ଯେ ୯୫ ପ୍ରତିଶତରୁ ଅଧିକ ବ୍ୟାନ ସ୍ୱୟଂଚାଳିତ କିମ୍ବା ବଲ୍କ ମେସେଜିଂ (ସ୍ପାମ୍) ର ଅପବ୍ୟବହାର ହେତୁ ହୋଇଛି।
Comments are closed.