ଭୁବନେଶ୍ୱର: ଘରକୁ ଗୁପ୍ଚୁପ୍ ଆସିଲା ବୋଲି ଆତ୍ମହତ୍ୟା କଲେ ଜଣେ ୨୩ ବର୍ଷୀୟା ମହିଳା । ଘଟଣାଟା ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ଶତ ପ୍ରତିଶତ ସତ । ପରିବାରିକ କଳହରେ ସାମାନ୍ୟ ଗୁପ୍ଚୁପ୍ ପାଇଁ ଜଣେ ମହିଳା ଆତ୍ମହତ୍ୟା କରିବା ଅନେକଙ୍କୁ ଚକିତ କରିଛି ।
୨୦୧୯ରେ ମହାରାଷ୍ଟ୍ର ଅମ୍ବେ ଗାଁର ଗହିନୀନାଥ ସରୱଡେଙ୍କୁ ବିବାହ କରିଥିଲେ ପ୍ରତୀକ୍ଷା ସରୱଡେ । ବିବାହ ପରେ ଦୁହିଁଙ୍କ ମଧ୍ୟରେ ଲଗାତାର ଭାବେ କଳି ଝଗଡା ଲାଗିରହୁଥିଲା । ତେବେ ଗତ ଶୁକ୍ରବାର ଗହିନୀନାଥ ନିଜ ସ୍ତ୍ରୀଙ୍କ ଆଜାଣତରେ ଘରକୁ ଗୁପଚୁପ ଧରିକି ଆସିଥିଲେ । ଘରେ ରାତ୍ରୀ ଭୋଜନ ପ୍ରସ୍ତୁତ କରିଥିବା ପ୍ରତୀକ୍ଷ ସ୍ୱାମୀ ହାତରେ ଗୁପ୍ଚୁପ୍ ଦେଖି ରାଗି ନିଆଁବାଣ ହୋଇଯାଇଥିଲେ । ଫଳରେ ଦୁହିଁଙ୍କ ଭିତରେ ଏ ନେଇ ଅତି ତୀବ୍ର ପାଟିତୁଣ୍ଡ ହୋଇଥିଲା ।
ଘଟଣାର ପରଦିନ ଅର୍ଥାତ ଶନିବାର ଦିନ ମହିଳା ଜଣକ ଅଭିମାନ ସ୍ୱରୂପ ବିଷ ପିଇଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରତୀକ୍ଷାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଗତ ସୋମବାର ଭାରତୀ ବିଦ୍ୟାପୀଠ ପୋଲିସ ଏକ ମାମଲା ରୁଜୁ କରିବା ସହ ଗହିନୀନାଥଙ୍କୁ ଗିରଫ କରିଥିବା ସୂଚନା ରହିଛି ।
Comments are closed.