Latest Odisha News

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ କୃଷ୍ଣ ମିତ୍ର ସୂଚନା ଦେଇଛନ୍ତି । ଚନ୍ଦନ ମିତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ବହୁ ବିଶିଷ୍ଟ ବ୍ୟକ୍ତି ବି ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।

୨୦୦୩ ମସିହାରେ ପ୍ରଥମ ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ ଚନ୍ଦନ ମିତ୍ର । ପରେ ୨୦୧୦ରେ ଦ୍ୱିତୀୟ ଥର ଯାଇଥିଲେ ରାଜ୍ୟସଭା । ବିଜେପି ସଦସ୍ୟ ଭାବରେ ମଧ୍ୟପ୍ରଦେଶରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୬ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ।

ଭେଟେରାଲ୍ ଲାଲକୃଷ୍ଣ ଆଡଭାନିଙ୍କ ଘନିଷ୍ଠ ଥିଲେ ଚନ୍ଦନ ମିତ୍ର । ତେବେ ମୋଦି-ଶାହଙ୍କ ନେତୃତ୍ୱରେ ତାଙ୍କୁ କୋଣଠେସା ହେବାକୁ ପଡ଼ିଥିଲା । ୨୦୧୮ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଏହାପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ଚନ୍ଦନ ମିତ୍ର ।
ଚନ୍ଦନ ମିତ୍ର ପାୟୋନିର ପରିଚାଳନା ନିର୍ଦ୍ଦେଶକ ଥିଲେ । ତାପୂର୍ବରୁ ଦି ଷ୍ଟେଟସମ୍ୟାନ୍, ଟାଇମ୍ସ ଅଫ୍ ଇଣ୍ଡିଆ, ଦି ସନଡେ ଅବଜରଭର୍, ଦି ହିନ୍ଦୁସ୍ତାନ ଟାଇମ୍ସ ଆଦି ଜଣାଶୁଣା ଅନୁଷ୍ଠାନରେ ସାମ୍ବାଦିକତା କରିଥିଲେ । ଚନ୍ଦନ ମିତ୍ରଙ୍କ ବିୟୋଗ ଗଣମାଧ୍ୟମ ଦୁନିଆ ପ୍ରତି ଏକ ଅପୂରଣୀୟ କ୍ଷତି ।

Leave A Reply

Your email address will not be published.