Latest Odisha News

BREAKING NEWS

ଦିଲ୍ଲୀ ବିଧାନସଭାରେ ମିଳିଲା ରହସ୍ୟମୟ ସୁଡଙ୍ଗ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଏକ ରହସ୍ୟମୟ ସୁଡଙ୍ଗର ସନ୍ଧାନ ମିଳିଛି । ଏହା ଲାଲ କିଲ୍ଲା ପର୍ଯ୍ୟନ୍ତ ଯାଇଛି ବୋଲି ଅନୁମାନ କରାଯାଉଛି । ବ୍ରିଟିଶ ଶାସନବେଳେ ଏହି ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି । ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋଏଲ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ୧୯୯୩ରେ ବିଧାୟକ ଥିବାବେଳେ ଏହି ସୁଡଙ୍ଗ ନେଇ ଗୁଜବ ଉଠିଥିଲା । ଏବେ ଏହାର ଦ୍ୱାର ମିଳିଯାଇଥିବାରୁ ବେଶ ଉତ୍ସାହିତ ବୋଲି ସେ କହିଛନ୍ତି ।

ବିଭିନ୍ନ ଅଣ୍ଡରଗ୍ରାଉଣ୍ଡ ପ୍ରକଳ୍ପ ଯୋଗୁ ଏହି ସୁଡଙ୍ଗର ରାସ୍ତା ଅଧାରୁ ବନ୍ଦ ହୋଇ ଯାଇଥିବା ଅନୁମାନ କରାଯାଉଛି । ଏହି ସୁଡଙ୍ଗରେ ବ୍ରିଟିଶମାନେ ସ୍ୱାଧୀନତା ସଂଗ୍ରାମୀଙ୍କୁ କୋର୍ଟକୁ ଆଣିବା ପାଇଁ ବ୍ୟବହାର କରୁଥିବା ଅନୁମାନ କରାଯାଉଛି । କୋଲକାତା ପରେ ଦିଲ୍ଲୀକୁ ରାଜଧାନୀ କରିବା ସମୟରେ ଏହା ପ୍ରଥମେ କୋର୍ଟ ଭାବେ ବ୍ୟବହାର ହେଉଥିଲା । ପରେ ଏହାକୁ ବିଧାନସଭାରେ ରୂପାନ୍ତରିତ କରାଯାଇଥିଲା ।

Leave A Reply

Your email address will not be published.