Latest Odisha News

BREAKING NEWS

ଆଫଗାନିସ୍ତାନରେ ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ନେତୃତ୍ବରେ ଗଠନ ହେବ ସରକାର

ଆଫଗାନିସ୍ତାନ : ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ନେତୃତ୍ବରେ ଆଫଗାନିସ୍ତାନରେ ଗଠନ ହେବ ସରକାର । ତାଲିବାନ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ବାରଦାର ନୂଆ ସରକାରର ନେତୃତ୍ବ ନେବେ । ସରକାରରେ ତାଲିବାନ ପ୍ରତିଷ୍ଠାତା ମୁ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଓ ଶେର ମହମ୍ମଦ ଆବାସ ସ୍ତାନେକଜାଇଙ୍କୁ ମିଳିବ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ।

ଅଗଷ୍ଟ ୧୫ରୁ କାବୁଲକୁ ଦଖଲ କରିଛି ତାଲିବାନ୍ । ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିଜ ଅଧୀନକୁ ନେବା ସହ ଆତଙ୍କ ଚଳାଉଛି । ହେଲେ ସର୍ବସମ୍ମତିକ୍ରମେ ହୈବିତୁଲ୍ଲା ଅଖୁନ୍ଦଜାଦାଙ୍କ ହାତରେ ରହିବ ତାଲିବାନୀ ଶାସନର ସମସ୍ତ କ୍ଷମତା । ୬୦ ବର୍ଷୀୟ ଅଖୁନ୍ଦଜାଦା ଦେଶର ସର୍ବୋଚ୍ଚ ନେତା ରହିବେ । ଦେଶ ଚଳାଇବାର ସମସ୍ତ ନିଷ୍ପତ୍ତି ସେ ହିଁ ନେବେ । ଇରାନ ମଡେଲ ଆଧାରରେ ଆଫଗାନିସ୍ତାନରେ ସରକାର ଚଳାଇବ ତାଲିବାନ୍ । ଆମେରିକା ଆଫଗାନ ଦଖଲ କରିବା ପରେ ଯେଉଁମାନେ କ୍ୟାବିନେଟରେ ଥିଲେ, ସେମାନଙ୍କୁ ନୂଆ କ୍ୟାବିନେଟରେ ସ୍ଥାନ ମିଳିବନାହିଁ । ସବୁଠୁ ବଡ କଥା ହେଉଛି ନୂଆ ସରକାରରେ ମହିଳାଙ୍କୁ ସୁଯୋଗ ମିଳିପାରେ । ଏନେଇ ତାଲିବାନ ବିଚାର କରିଥିବା କୁହାଯାଉଛି ।

Leave A Reply

Your email address will not be published.