ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ‘ଇଡା’
ଆମେରିକା : ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ଇଡା । ବାତ୍ୟା ଯୋଗୁ ନ୍ୟୁୟର୍କ ସିଟିରେ ବନ୍ୟାଜଳ ଭରି ରହିଛି । ଘୂର୍ଣ୍ଣିଝଡ଼ ଯୋଗୁ ନଦୀରେ ଜଳସ୍ତର ବଢ଼ିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାପାଣି ପ୍ରବେଶ କରିଥିବାରୁ ପାଖାପାଖି ୪୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତାହତଙ୍କ ମଧ୍ୟରୁ କେବଳ ନ୍ୟୁୟର୍କରୁ ୧୩ ଜଣ ଅଛନ୍ତି । ନ୍ୟୁଜର୍ସିରେ ପାଖାପାଖି ୨୩ ଲୋକଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପକ୍ଷରେ ୱେଷ୍ଟଚେଷ୍ଟର୍ କାଉଣ୍ଟିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଅନେକ କାର ଭିତରେ ଶୋଇଥିବା ବେଳେ, ବାହାରି ନପାରିବା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଥିବା ବିଶେଷଜ୍ଞ କହିଥିବା ବେଳେ, ପ୍ରଳୟଙ୍କାରୀ ସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏମର୍ଜେନ୍ସି ଘୋଷଣା କରାଯାଇଛି । ସାମୁଦ୍ରିକ ଝଡ଼ ଯୋଗୁ ପ୍ରବଳ ବର୍ଷା ହୋଇଛି । ବନ୍ୟା ଯୋଗୁ ସହରରେ ସମସ୍ତ ସବ-ଓ୍ବେ ସେବାକୁ ବାତିଲ କରି ଦିଆଯାଇଛି । ସେପଟେ ସଙ୍କଟ ସମୟରେ ସମସ୍ତ ପ୍ରକାର ସହାୟତା ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବିଡେନ୍ ।
Comments are closed.