Latest Odisha News

BREAKING NEWS

ଆଫଗାନିସ୍ତାନରୁ ପାକ୍ ଅଧିକୃତ କାଶ୍ମୀରକୁ ଫେରିଛନ୍ତି ୮ ହଜାର ଆତଙ୍କୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ରାଜ୍ ପରେ ଆତଙ୍କବାଦୀଙ୍କ ଗଡ ପାଲଟିଲା ପାକ୍ ଅଧିକୃତ କାଶ୍ମୀର । ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ସଂଗଠନର ୮ ହଜାରରୁ ଅଧିକ ସଦସ୍ୟ ପାକ୍ ଅଧିକୃତ କାଶ୍ମୀରକୁ ଫେରିଥିବା ଜଣାପଡିଛି । ଏମାନେ ତାଲିମ ନେବା ଲାଗି କିଛି ବର୍ଷ ତଳେ ଆଫଗାନିସ୍ତାନ ଯାଇଥିଲେ । ଏହି ଦୁଇ ସଂଗଠନର ହଜାର ହଜାର ସଦସ୍ୟ ଏବେ ପିଓକେରେ ବିଭିନ୍ନ ଆତଙ୍କବାଦୀ ଶିବିରରେ ଯୋଗ ଦେଇଥିବା ଜଣାପଡିଛି ।

ଆମେରିକା ଛାଡି ଯାଇଥିବା ଲକ୍ଷ ଲକ୍ଷ ଅସ୍ତ୍ରଶସ୍ତ୍ର ତାଲିବାନ କବଜାରେ ଥିବା ବେଳେ, ଲସ୍କର ଓ ଜୈସ ସଂଗଠନ ହାତରେ ମଧ୍ୟ ଅନେକ ଅସ୍ତ୍ର ରହିଥିବା ଆଶଙ୍କା କରାଯାଉଛି । ତାଲିବାନର ବିଜୟ ନେଇ ପାକିସ୍ତାନର ସମ୍ପୂର୍ଣ୍ଣ ହାତ ରହିଥିବା ବେଳେ, ପାକ୍ ଅଧିକୃତ କାଶ୍ମୀରରେ ଏବେ ରକ୍ତପାତ, ଅସ୍ଥିରତା ଘଟାଇବା ଲାଗି ପାକିସ୍ତାନ ଯୋଜନା କରୁଥିବା ଆଶଙ୍କା କରାଯାଉଛି । କାବୁଲ ପରେ କାଶ୍ମୀରରେ ଏହି କର୍ମୀମାନେ ଆତଙ୍କ ରଚିବାକୁ ଷଡଯନ୍ତ୍ର ଯୋଜନା କରିବା ସମ୍ଭାବନା ଅଧିକ ଘନୀଭୂତ ହୋଇଛି । ଏପରିକି ପାକ୍ ଅଧିକୃତ କାଶ୍ମୀରରେ ମୁତୟନ ଯବାନଙ୍କ ବିରୋଧରେ ଆତଙ୍କବାଦୀମାନେ ହମଲା କରିବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ କରିପାରନ୍ତି ।

Leave A Reply

Your email address will not be published.