Latest Odisha News

BREAKING NEWS

ସରକାର ଗଠନ ନେଇ ତାଲିବାନ-ହକ୍କାନି ନେଟୱର୍କ ମଧ୍ୟରେ ସଂଘର୍ଷ, ବରାଦର ଆହତ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ସତ୍ୱେ ଏ ପର୍ଯ୍ୟନ୍ତ ତାଲିବାନ ସରକାର ଗଠନ କରିବାରେ ସଫଳ ହୋଇନାହିଁ । ଏହା ମଧ୍ୟରେ ତାଲିବାନ ମଧ୍ୟରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଛି । ପଞ୍ଜଶିର ଅବର୍ଜଭର ରିପୋର୍ଟ ମୁତାବକ ତାଲିବାନ ଏବଂ ହକ୍କାନି ନେଟୱର୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ତାଲିବାନ କୋଫାଉଣ୍ଡର ମୁଲ୍ଲା ବରାଦର ଗୁଳିମାଡରେ ଆହତ ହୋଇଛନ୍ତି ।

ତାଙ୍କୁ ପାକିସ୍ତାନରେ ଚିକିତ୍ସା କରାଯାଉଛି । ତେବେ ଏ ନେଇ ତାଲିବାନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ପାକିସ୍ତାନ ଓ ଆଇଏସଆଇ ମୁଖ୍ୟ ଆତଙ୍କୀ ସଂଗଠନ ହକ୍କାନି ନେଟୱର୍କକୁ ମଜଭୁତ କରିବାକୁ ଯାଉଛନ୍ତି । ଯାହା କି ଏ ବିବାଦର ସୂତ୍ରପାତ କରିଛି । ଏଥିପାଇଁ ବରାଦରଙ୍କୁ ଟାର୍ଗେଟ କରାଯାଇଛି ।

Leave A Reply

Your email address will not be published.