Latest Odisha News

BREAKING NEWS

ମନେ ରହିବ ଟୋକିଓ ପାରାଲିମ୍ପିକ୍ସ: ୧୯ ପଦକ ଜିତିଲା ଭାରତ

ଟୋକିଓ: ଚଳିତର୍ଷ ପାରାଲିମ୍ପିକ୍ସରେ କମାଲ କରିଛନ୍ତି ଭାରତୀୟ ଖେଳାଳି । ୧୯ଟି ମେଡାଲ୍ ନିଜ ନାଁରେ କରିଛି ଭାରତ । ଏହା ଭିତରେ ଅଛି ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଚ ମେଡାଲ୍ । ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ । ପଦକ ତାଲିକାର ଶ୍ରେଷ୍ଠ ୨୫ଟି ଦେଶ ଭିତରେ ରହିଛି ଭାରତ ।

ଟୋକିଓରେ ଆଥଲେଟିକ୍ସରେ ଭାରତ ୮ଟି, ସୁଟିଂରୁ ୫ଟି, ବ୍ୟାଡମିଣ୍ଟନରେ ୪ଟି ଏବଂ ଟେବୁଲ୍ ଟେନିସ ଓ ତୀରନ୍ଦାଜରେ ୧ ଲେଖାଏ ମେଡାଲ୍ ମିଳିଛି । ରୌପ୍ୟରୁ ଭାରତ ପାରାଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଥିଲା । ସ୍ୱର୍ଣ୍ଣ ସହ ଅଭିଯୋନ ଶେଷ କରିଛି ।

ପୂର୍ବରୁ ୧୯୮୪ରୁ ୨୦୧୬ ଭିତରେ ଭାରତ ସର୍ବାଧିକ ୧୨ଟି ପଦକ ଜିତି ପାରିଥିଲା । ଏଥର ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଚଳିତ ପାରାଲିମ୍ପିକ୍ସରେ ପ୍ରଥମ ପଦକ ଭେଟି ଦେଇଥିଲେ ପାରା ଟେବୁଲ୍ ଟେନିସ୍ ଖେଳାଳି ଭବୀନାବେନ୍ ପଟେଲ୍ । ସେ ରୌପ୍ୟ ପଦକ ହାସଲ କରିଥିଲେ । ଗୁଜରାଟର ଝିଅ ଭବୀନା ସ୍ୱର୍ଣ୍ଣ ଜିତି ନଥିଲେ ବି ଦେଶବାସୀଙ୍କ ହୃଦୟ ଜିତିଥିଲେ ।

ସ୍ୱର୍ଣ୍ଣ ପଦକ
– ଅବନି ଲେଖରା- ମହିଳା ୧୦ ମିଟର୍‌ ଏୟାର୍‌ ରଇଫଲ୍‌ ଷ୍ଟାଣ୍ଡିଂ SH1
– ପ୍ରମୋଦ ଭଗତ- ପୁରୁଷ ସିଙ୍ଗଲ୍ସ SL3 ବ୍ୟାଡ୍‌ମିଣ୍ଟନ୍‌
– କୃଷ୍ଣ ନାଗର- ପୁରୁଷ ସିଙ୍ଗଲ୍ସ SH6 ବ୍ୟାଡ୍‌ମିଣ୍ଟନ୍‌
– ସୁମିତ ଆଣ୍ଟିଲ୍‌- ପୁରୁଷ ଜାଭେଲିନ୍ ଥ୍ରୋ F64
– ମନୀଷ ନରୱାଲ୍‌- ମିକ୍ସଡ୍‌ ୫୦ ମିଟର୍‌ ପିସ୍ତଲ୍‌ SH1

ରୌପ୍ୟ ପଦକ
– ଭାବିନାବନେ୍ ପଟେଲ୍- ମହିଳା ସିଙ୍ଗଲ୍ସ କ୍ଲାସ୍ ୪ ଟେବୁଲ୍ ଟେନିସ୍‌
– ସିଂହରାଜ ଅଧାନା- ମିକ୍ସଡ୍‌ ୫୦ମିଟର୍‌ ପିସ୍ତଲ୍‌ SH1
– ଯୋଗେଶ କଥୁନିୟା- ପୁରୁଷ ଡିସ୍‌କସ୍‌ F56
– ନିଷାଦ କୁମାର- ପୁରୁଷ ହାଇଜମ୍ପ୍‌ T47
– ମରିଆପ୍ପାନ୍ ତାଙ୍ଗାବେଲୁ- ପୁରୁଷ ହାଇଜମ୍ପ୍‌ T63
– ପ୍ରବୀଣ କୁମାର- ପୁରୁଷ ହାଇଜମ୍ପ୍‌ T64
– ଦେବରାଜ ଝଝାରିଆ – ପୁରୁଷ ଜାଭେଲିନ୍‌ F64
– ସୁହାସ ଯତିରାଜ- ପୁରୁଷ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ୍‌ SL4

ବ୍ରୋଞ୍ଜ ମେଡାଲ୍
ଅବନି ଲେଖରା- ମହିଳା ୫୦ ମିଟର୍‌ ୩ ପୋଜିସନ୍‌ସ୍‌ SH1
ହରବିନ୍ଦର ସିଂହ- ପୁରୁଷ ଇଣ୍ଡିଭିଜୁଆଲ୍‌ ରିକର୍ଭ ଆର୍ଚେରୀ
ଶରଦ କୁମାର- ପୁରୁଷ ହାଇଜମ୍ପ୍‌ T63
ସୁନ୍ଦର ସିଂହ ଗୁଜର- ପୁରୁଷ ଜାଭେଲିନ୍‌ ଥ୍ରୋ F64
ମନୋଜ ସର୍କାର- ପୁରୁଷ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ୍‌ SL3
ସିଂହରାଜ- ପୁରୁଷ ୧୦ ମିଟର୍‌ ଏୟାର୍‌ ପିସ୍ତଲ୍‌ SH1

Comments are closed.