Latest Odisha News

BREAKING NEWS

୨୧,୦୦୦ ବର୍ଷ ପୂର୍ବେ ପ୍ରଥମେ ତାଣ୍ଡବ ରଚିଥିଲା ମହାମାରୀ କରୋନା!

ଲଣ୍ଡନ: ସଦ୍ୟତମ ରିପୋର୍ଟ ଅନୁଯାୟୀ ୨୧ ହଜାର ବର୍ଷ ପୂର୍ବେ ବିଶ୍ବରେ ପ୍ରଥମେ ତାଣ୍ଡବ ରଚିଥିଲା ମହାମାରୀ କରୋନା। ଏହା ପୂର୍ବ ଆକଳନଠାରୁ ପ୍ରାୟ ୩୦ ଗୁଣ ଅଧିକ।

କରେଣ୍ଟ୍ ବାୟୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ ମନୁଷ୍ୟ ହୁଏତ ଏହି କରୋନା ଭୂତାଣୁ ସଂସ୍ପର୍ଶରେ ଆସିଥାଇପାରେ। ଏହାର ପଶୁମାନଙ୍କଠାରୁ ମଣିଷକୁ ଡେଇଁବାର କ୍ଷମତା ରଖିଛି। ପାଲୋଲିଥିକ୍ ସମୟରୁ ପ୍ରାୟ ୨.୫ ମିଲିୟନ୍ ବର୍ଷ ପୂର୍ବେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ଜଣାଯାଇଛି।

୨୧,୦୦୦ ବର୍ଷରୁ ଅଧିକ ସମୟର ତଥ୍ୟ ଉପରେ ଆଧାରିତ ଆକଳନ, ମାନବ ଜେନୋମିକ୍ ଡାଟାସେଟ ଉପରେ ହୋଇଥିବା ବିଶ୍ଳେଷଣ ସହିତ ପ୍ରାୟ ସମାନ। ଏହା ଅନୁରୂପ କରୋନାଭାଇରସ୍ ସଂକ୍ରମଣକୁ ସୂଚାଇଥାଏ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମହାନ୍ ଗଫାରି କହିଛନ୍ତି।

Leave A Reply

Your email address will not be published.