Latest Odisha News

BREAKING NEWS

ଟିମ୍ ଇଣ୍ଡିଆ ମୁଖ୍ୟ କୋଚ ଶାସ୍ତ୍ରୀ କରୋନା ପଜିଟିଭ

ଓଭାଲ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଅବସରରେ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍‌କା ଲାଗିଛି । ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ ହୋଇଛନ୍ତି । ସେ ଏବେ ଆଇସୋଲେସନରେ ରହିଛନ୍ତି । ଶାସ୍ତ୍ରୀଙ୍କ ସମେତ ୪ଜଣଙ୍କୁ ମଧ୍ୟ ଆଇସୋଲେଶସନରେ ରହିବା ପାଇଁ କୁହାଯାଇଛି । ସେମାନ ହେଲେ ବୋଲିଂ କୋଚ ଭରତ ଅରୁଣ, ଆର.ଶ୍ରୀଧର ଏବଂ ନିତିନ ପଟେଲ ରହିଛନ୍ତି ।

ଶାସ୍ତ୍ରୀ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ କରୋନା ଟେଷ୍ଟ କରାଇଥିଲେ, ଯାହା କି ପଜିଟିଭ ଆସିଛି । ତେବେ ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଏହାର ପ୍ରଭାବ ପଡିବ ନାହିଁ ଆୟୋଜକ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Comments are closed.