Latest Odisha News

BREAKING NEWS

ଦଳ ଛାଡିଲେ କଳାହାଣ୍ଡିର ୩ ପୂର୍ବତନ କଂଗ୍ରେସ ବିଧାୟକ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ୩ ଜଣ ପୂର୍ବତନ କଂଗ୍ରେସ ବିଧାୟକ ବୁଧବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ସେମାନଙ୍କ ମଧ୍ୟରେ ଜୁନାଗଡର ପୂର୍ବତନ ବିଧାୟକ (୨୦୦୯-୨୦୧୪) ଗୋବର୍ଦ୍ଧନ ଦାସ, ନରଲାର ପୂର୍ବତନ ବିଧାୟକ (୧୯୮୫-୧୯୯୦) କୁମାର ମଣି ସବର ଏବଂ ଧର୍ମଗଡର ପୂର୍ବତନ ବିଧାୟକ (୧୯୮୫-୧୯୯୦) ଯୁଗରାମ ବେହେରା ପ୍ରମୁଖ । ସେମାନେ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

“ଦଳ ଯୋଗ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ବିଚାର କରୁନାହିଁ ଏବଂ ଟଙ୍କା ନେଇ ଟିକେଟ୍ ବଣ୍ଟନ କରାଯାଉଥିବା ନେଇ ଉକ୍ତ ଇସ୍ତଫା ପତ୍ରରେ ଅଭିଯୋଗ କରିଛନ୍ତି” ଦଳ ଛାଡିଥିବା ଏହି ପୂର୍ବତନ ବିଧାୟକମାନେ ।

Leave A Reply

Your email address will not be published.