Latest Odisha News

BREAKING NEWS

ଭାରତ ନିକଟରେ ଏବେ ’ଆଣ୍ଟି ସାଟେଲାଇଟ ଅସ୍ତ୍ର’ ଉପଲବ୍ଧ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ବୈଜ୍ଞାନିକମାନେ ଆଜି ଏକ ଅପୂର୍ବ ଅନ୍ତରୀକ୍ଷ ସଫଳତା ହାସଲ କରିଛନ୍ତିି । ଭାରତର  ବୈଜ୍ଞାନିକ ଅନ୍ତରୀକ୍ଷରେ ୩୦୦ କିମି ଦୂର ଲୋ ଆର୍ଥ ଅର୍ବିଟରେ ଏକ ଲାୟୁ ସାଟେଲାଇଟକୁ ମାରି ତଳେ ଖସାଇଛନ୍ତିି । କେବଳ ତିନି ମିନିଟରେ ସଫଳତା ପୂର୍ବକ ଏହି ଅଫରେଶନ ପୂରଣ ହୋଇଛି । ଏହି ମିଶନର ନାମ ଥିଲା ମିଶନ ଶକ୍ତି । ଏଥିପାଇଁ ଅତ୍ୟାଧୁନିକ ଟେକନିକର ଆବଶ୍ୟକତା ଥିଲା । ଆମ ବୈଜ୍ଞାନିକଙ୍କ ଦ୍ୱାରା ଏହା ସଫଳ ହୋଇଛି । ଭାରତର ବିକ୍ଷିପ୍ତ ସାଟେଲାଇଟ ଦ୍ୱାରା ଏହା ସଫଳ ହୋଇଛି ।

ଭାରତ ଏବେ ନିଜ ନାମ ଅନ୍ତରୀକ୍ଷ ମହାଶକ୍ତି ଭାବରେ ସାମିଲ କରିଛି । ଏହି ମହାଶକ୍ତି ତାଲିକାରେ ଏପର‌୍ୟ୍ୟନ୍ତ ଦୁନିଆର ତିନୋଟି ରାଷ୍ଟ୍ର ଆମେରିକା, ଋଷ, ଚୀନ ସାମିଲ ଥିଲେ ।

କିନ୍ତୁ ଭାରତ ଏବେ ଚତୁର୍ଥ ରାଷ୍ଟ୍ର ଭାବେ ଏହି ସିଦ୍ଧି ହାସଲ କରିଛି । ପ୍ରତି ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋନ୍ଧନ କରି କହିଛନ୍ତି ।

ମାତ୍ର ୩ ମିନିଟରେ ଏକ ଲିଓ (ଲୋ ଅର୍ଥ ଅରବିଟ) ସାଟେଲାଇଟକୁ କକ୍ଷପଥରୁ ଖସେଇବାରେ ସକ୍ଷମ ହୋଇଛି। ଏହି ସଫଳତା ହାସଲ କରିବାରେ ଭାରତ ଚତୁର୍ଥ ଦେଶ ଭାବେ ଖ୍ୟାତି ଅର୍ଜନ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ,’ଆଜି ୨୭ ମାର୍ଚ୍ଚ, କିଛି ସମୟ ପୂର୍ବରୁ ଭାରତ ଏକ ଅଭୂତପୂର୍ବ ସଫଳତା ହାସଲ କରିଛି । ଭାରତ ଆଜି ନିଜର ନାଁ ମହାକାଶ ମହାଶକ୍ତି ଭାବରେ ପରିଚୟ ହାସଲ କରିଛି। ଏ ଯାଏଁ ବିଶ୍ୱର ତିନୋଟି ଦେଶ – ଆମେରିକା, ରୁଷ ଏବଂ ଚୀନ ଏହି ସଫଳତା ପାଇଥିଲେ । ଏବେ ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି। ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ । ଆମ ବୈଜ୍ଞାନିକଗଣ ୩୦୦ କିଲୋମିଟର ଦୂରରେ ମହାକାଶରେ ନିମ୍ନ କକ୍ଷରେ କାର‌୍ୟ୍ୟ କରୁଥିବା ସାଟେଲାଇଟକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି ।’

 

 

 

Leave A Reply

Your email address will not be published.