Latest Odisha News

BREAKING NEWS

କେନ୍ଦୁଝର: ବୈତରଣୀରେ ବୁଡି ୨ ସମ୍ପର୍କୀୟ ଭାଇଙ୍କ ସଲିଳ ସମାଧି

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ କୋଡପଡା ନିକଟସ୍ଥ ବ୍ରାହ୍ମଣୀ ନଦୀରେ ବୁଡି ୨ଜଣ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ମୃତକ ୨ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ଜଣେ ୬ ବର୍ଷ ବୟସର ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୬ ବର୍ଷ ବୋଲି ଜଣାପଡିଛି । ତେବେ ତାଙ୍କର ପରିଚୟ ମିଳିପାରିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ୨ଜଣ ସମ୍ପର୍କୀୟ ଭାଇ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଆସିଥିଲେ । ନଦୀରେ ଗାଧୋଉଥିବା ବେଳେ ଦୁର୍ଭାଗ୍ୟବଶତଃ ଅଚାନକ ପାଣିରେ ବୁଡିଯାଇଥିଲେ ।

ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦେଇଥିଲେ ।

Leave A Reply

Your email address will not be published.