ଗିଲୱା: ଇସ୍ରାଏଲର ସବୁଠାରୁ ସୁରକ୍ଷିତ ଜେଲ ଗିଲୱାରେ ଅଛି । ତେବେ ସେଠାରୁ ୬ ଫିଲିସ୍ତାନୀ କୈଦୀ ପେରାର ହୋଇଯିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ପରି ଗୁରୁତ୍ୱପୂର୍ଣ୍ଣ ମାମଲା ରହିଥିଲା । ଏହି କୈଦୀମାନେ ଜେଲର ୱାଶ ବେସିନ ତଳୁ ସୁଡଙ୍ଗ ଖୋଳିଥିଲେ । ଏହା ପରେ ଜେଲର ପ୍ରାଚୀର ଓ ଆଗକୁ ଚାଷ ଜମି ଥିଲା । ସେମାନେ ସୁଡଙ୍ଗରୁ ବାହାରି ଚାଷ ଜମି ଦେଇ ଖସି ପଳାଇଥିବା ସ୍ପଷ୍ଟ ହୋଇଛି । କେତେକ କୃଷକ ସେମାନଙ୍କୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।
ଡ୍ରୋନ ଏବଂ ହେଲିକପ୍ଟର୍ସ ସହଯୋଗରେ ପୋଲିସ ସେମାନଙ୍କୁ ଖୋଜୁଛି । ଖୁବ୍ ଶୀଘ୍ର ସେମାନେ ଧରା ପଡିଯିବେ ବୋଲି ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନେଫଟାଲୀ ବେନେଟ ଏ ନେଇ ଏକ ବୈଠକ ଡକାଇଛନ୍ତି । କୈଦୀମାନେ ଫେରାର ହୋଇଯିବା ପରେ ଫିଲିସ୍ତାନ ସମର୍ଥକ ମିଠା ବାଂଟିଥିଲେ ।
Comments are closed.