Latest Odisha News

BREAKING NEWS

ପିଏଚଡି ଓ ମାଷ୍ଟର ଡିଗ୍ରୀର କୌଣସି ମୂଲ୍ୟ ନାହିଁ; ତାଲିବାନର ଶିକ୍ଷା ମନ୍ତ୍ରୀ

କାବୁଲ: ତାଲିବାନର ଶିକ୍ଷା ମନ୍ତ୍ରୀ ଶେଖ ମୋଲଭି ନୁରୁଲ୍ଲା ମୁନିର କହିଛନ୍ତି ଯେ ମୁଲ୍ଲାହ୍‌ ଭଳି ପିଏଚଡି ଏବଂ ମାଷ୍ଟର ଡିଗ୍ରୀ ବେଶି ମୂଲ୍ୟବାନ ନୁହେଁ।

BjdElectrycity

ସେ କହିଛନ୍ତି, “କୌଣସି ପିଏଚଡି ଡିଗ୍ରୀ, ମାଷ୍ଟର ଡିଗ୍ରୀ ଆଜି ମୂଲ୍ୟବାନ ନୁହେଁ। ଆପଣ ଦେଖୁଛନ୍ତି ଯେ କ୍ଷମତାରେ ଥିବା ମୁଲ୍ଲାହ୍‌ ଏବଂ ତାଲିବାନୀ ନେତାଙ୍କର କୌଣସି ପିଏଚଡି, ଏମଏ କିମ୍ବା ଉଚ୍ଚ ଡିଗ୍ରୀ ନାହିଁ, କିନ୍ତୁ ବତ୍ତର୍ମାନ ସେମାନେ ସବୁଠୁ ବଡ।”

ମଙ୍ଗଳବାର ତାଲିବାନ ଆଫଗାନିସ୍ତାନରେ ନୂତନ ସରକାର ଗଠନ ପ୍ରକ୍ରିୟା ଶେଷ କରିଛି। ଏହାର ଉଦ୍‌ଘାଟନୀ ଉତ୍ସବରେ ତାଲିବାନ ୬ ଦେଶକୁ ନିମନ୍ତ୍ରଣ ମଧ୍ୟ ଦେଇଛି।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଲିବାନର ଶକ୍ତିଶାଳୀ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ‘ରେହବରୀ ଶୁରା’ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଧାନମନ୍ତ୍ରୀ ଥିବାବେଳେ ମୁଲ୍ଲାହ ଅବଦୁଲ ଘନି ବାରାଦର ତାଙ୍କର ଡେପୁଟି ହେବେ।

Leave A Reply

Your email address will not be published.