ରାଜସ୍ଥାନ: ଜାତୀୟ ରାଜପଥରେ ଯୁଦ୍ଧ ବିମାନର ଅବତରଣ । ସୁଖୋଇ ଓ ଜାଗୁଆର ଭଳି ଯୁଦ୍ଧ ବିମାନ ହାଇଓ୍ୱେରେ ଓହ୍ଲାଇଛି । ରାଜସ୍ଥାନ ଜାଲୋର ହାଇୱେରେ ପରୀକ୍ଷାମୂଳକ ଭାବେ ଆଜି ଏହାର ଡେମୋ ପ୍ରଦର୍ଶନ କରାଯାଇଛି । ପ୍ରଥମ C-130J ସୁପର ହର୍କୁଲେସର ଅବତରଣ କରିଥିଲା । ପରେ ଲଢୁଆ ଯୁଦ୍ଧ ବିମାନ ସୁଖୋଇର SU-30 MKI । ପ୍ରଥମ ଥର ପାଇଁ ଲଢୁଆ ଯୁଦ୍ଧ ବିମାନ ରାଜପଥରେ ଅବତରଣ କରିଛି ।
#WATCH | C-130J Super Hercules transport aircraft with Defence Minister Rajnath Singh, Road Transport Minister Nitin Gadkari & Air Chief Marshal RKS Bhadauria onboard lands at Emergency Field Landing at the National Highway in Jalore, Rajasthan pic.twitter.com/BmOKmqyC5u
— ANI (@ANI) September 9, 2021
ଏନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଜକରି, ସିଡିଏସ୍ ବିପିନ ରାୱତ ଓ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୋରିଆ ଉପସ୍ଥିତ ଥିଲେ । ପାକିସ୍ତାନ ସୀମା ପାଖରେ ବିଶେଷ ଏୟାରଷ୍ଟ୍ରିପ୍ ପ୍ରସ୍ତୁତ କରାଯାଇଛି । ଏଠାରେ ବାୟୁସେନାର ଜାଗୁଆର ଓ ସୁଖୋଇ ଯୁଦ୍ଧ ବିମାନ ଆରାମରେ ଅବକରଣ କରିପାରିବ ।
#WATCH | For the first time, a Sukhoi Su-30 MKI fighter aircraft lands at the national highway in Jalore, Rajasthan pic.twitter.com/BVVOtCpT0H
— ANI (@ANI) September 9, 2021
ଏହି ଏୟାରଷ୍ଟ୍ରିପ୍ ଭାରତ-ପାକିସ୍ତାନ ସୀମାନ୍ତରେ ଅଛି । ପାକିସ୍ତାନ ସୀମାଠାରୁ ମାତ୍ର କିଛି କିଲୋମିଟର ଦୂରରେ ରହିଛି । ଭବିଷ୍ୟତରେ ସାମରିକ ପରିସ୍ଥିତିରେ ଏହାର ବିଶେଷ ଭୂମିକା ରହିବ । ଏଠାରେ ପାଖାପାଖି 4ଟି ଏୟାରକ୍ରାଫ୍ଟକୁ ପାର୍କ କରିବା ସୁବିଧା ବି ଅଛି ।
Comments are closed.