Latest Odisha News

BREAKING NEWS

ରୋଗୀଣା ପତ୍ନୀଙ୍କୁ କାନ୍ଧରେ ପକାଇ ୭୦ ବର୍ଷୀୟ ବୃଦ୍ଧ ଚାଲିଲେ ୪କିମି

ନନ୍ଦୁରବାର: ମହାରାଷ୍ଟ୍ରର ନନ୍ଦୁରବାର ଅଂଚଳରେ ଏକ ଦୁଃଖଦ ଘଟଣା ସମ୍ମୁଖକୁ ଆସିଛି । ବର୍ଷା ଏବଂ ଭୂସ୍ଖଳନ ଯୋଗୁ ୭୦ ବର୍ଷୀୟ ଅଦଲ୍ୟା ପାଡବୀ ତାଙ୍କ ପତ୍ନୀଙ୍କୁ ବଂଚାଇବା ପାଇଁ କଠିନ ପରିଶ୍ରମ କରିଥିଲେ । ରୋଗୀଣା ପତ୍ନୀ ଏତେ ଜଲଦି ଆରପାରିକୁ ଛାଡି ଦେବାକୁ ଚାହୁଁ ନ ଥିବା ଅଦଲ୍ୟା ୪କିମି କାନ୍ଧରେ ପକାଇ ବୋହି ନ ଥିଲେ । ମାତ୍ର ଭାଗ୍ୟର ବିଡମ୍ବନା ଭିନ୍ନ ଥିଲା ଡାକ୍ତରଖାନାରେ ପଂହଚିବା ପରେ ପତ୍ନୀ କିନ୍ତୁ ତାଙ୍କୁ ଛାଡି ଚାଲି ଯାଇଥିଲେ ।

ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗ୍ରାମ ପ୍ରତି ଲୋକଙ୍କ ନଜର ପଡିଥିଲା । ବର୍ଷା ଦିନ ଏହି ଆଦିବାସୀ ଗ୍ରାମର ଲୋକମାନେ ଭୂସ୍ଖଳନ ଯୋଗୁ ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଥାନ୍ତି । ଏବେ ଏହି ସମସ୍ୟା ପ୍ରତି ସ୍ଥାନୀୟ ସରକାର ଦୃଷ୍ଟି ଦେବେ ବୋଲି କହିଛନ୍ତି ।

Comments are closed.