Latest Odisha News

BREAKING NEWS

ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତମାନଙ୍କୁ ନକଲି ଆର୍‌ଟିପିସିଆର୍‌ ରିପୋର୍ଟ ବିକ୍ରି କରୁଥିବା ଅଭିଯୋଗରେ ୧୦ ଗିରଫ

ପୁରୀ: ଜଗନ୍ନାଥ ମନ୍ଦିରରେ ପ୍ରବେଶ ପାଇଁ ଭକ୍ତମାନଙ୍କୁ ନକଲି କୋଭିଡ୍‌ ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଦିନ ଏକ ୧୦ ଜଣିଆ ଗ୍ୟାଙ୍ଗକୁ ଠାବ କରିଛି।

ପୋଲିସ ସୂତ୍ର ଅନୁଯାୟୀ, ନକଲି ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ପାଇଁ ଅଭିଯୁକ୍ତମାନେ ୫୦୦ ରୁ ୭୦୦ ଟଙ୍କା ମଧ୍ୟରେ ଚାର୍ଜ କରୁଥିଲେ।

ପୁରୀ ଏସପି ଗଣମାଧ୍ୟମକୁ କହିଛନ୍ତି ଯେ, ଅଭିଯୁକ୍ତଙ୍କ ତଦନ୍ତ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ୯୬ ଘଣ୍ଟା ପୂର୍ବର କୋଭିଡ୍‌ ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ କିମ୍ବା ସମ୍ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ଅଟେ।

Leave A Reply

Your email address will not be published.