Latest Odisha News

BREAKING NEWS

ବେଳାଭୂମିରେ କଉଡି ଗଣେଶ

ପୁରୀ : ବାଲୁକା କଳାରେ କଉଡି ଗଣେଶ । ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ସନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଦେଶବାସୀଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳେ ଭୂମିରେ ଏକ ସୁନ୍ଦର ଗଣେଶ ତିଆରି କରିଛନ୍ତି । ଏହି ଗଣେଶ ତିଆରି କରିବା ପାଇଁ ୭ ହଜାରରୁ ଅଧିକ କଉଡି ଓ ଶାମୂକା ବ୍ୟବହାର ହୋଇଛି । ଏହାକୁ ତିଆରି କରିବା ପାଇଁ ୪ ଘଣ୍ଟା ପାଖାପାଖି ସମୟ ଲାଗିଥିଲା।

ଏହି କଳାକୃତିକୁ ଦେଖିବା ପାଇଁ ବେଳାଭୂମିରେ ଲୋକଙ୍କ ଭିଡ ଜମିଥିଲା ।କୋଭିଡ ମହାମାରୀ ସମୟରେ ସାରା ବିଶ୍ୱବାସୀଙ୍କୁ ଗଜାନନ ରକ୍ଷା କରିବା ସହ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Leave A Reply

Your email address will not be published.