Latest Odisha News

ଭୁବନେଶ୍ୱରରେ ୧୦ ଲକ୍ଷରୁ ଅଧିକ ଲୋକ ନେଲେଣି ଟିକାର ଡବଲ୍ ଡୋଜ୍

ଭୁବନେଶ୍ୱର: ରାଜଧାନୀରେ ଟିକାକରଣରେ ଆଉ ଗୋଟିଏ ମାଇଲଖୁଣ୍ଟ । ୧୦ ଲକ୍ଷରୁ ଅଧିକ ଲୋକ ଟିକାର ଦୁଇଟି ଡୋଜ୍ ନେଇ ସାରିଲେଣି । ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୨ହଜାର ୭୧୬ ଜଣ ଦୁଇଟି ଲେଖାଏ ଡୋଜ୍ ନେଇ ସାରିଛନ୍ତି । ଭୁବନେଶ୍ୱର ମୋଟ୍ ୨୨ଲକ୍ଷ ୬୬ହଜାର ୬୧ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୧୨ଲକ୍ଷ ୬୩ହଜାର ୩୪୫ ଜଣ ଗୋଟିଏ ଲେଖାଏ ଡୋଜ୍ ନେଇ ସାରିଛନ୍ତି ।

ଜାନୁଆରୀ ୧୬ ତାରିଖରେ ଦେଶବ୍ୟାପୀ ଆରମ୍ଭ ହୋଇଥିଲା ଟିକାକରଣ । ଅଗ୍ରାଧିକାରୀ ଭିତ୍ତିରେ ଭୁବନେଶ୍ୱରରେ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଥିଲା । ଟାର୍ଗେଟ ଥିଲା ଜୁଲାଇ ସୁଦ୍ଧା ବିଏମସି ଅଞ୍ଚଳରେ ସମସ୍ତଙ୍କୁ ଟିକାକରଣ କରାଯିବ । ଏଥିସହ ସହର ବାହାରର ଲୋକଙ୍କୁ ବି ଟିକା ଦିଆଯାଉଛି । ଭୁବନେଶ୍ୱରରେ ଲୋକଙ୍କୁ କେବଳ କୋଭାକ୍ସିନ୍ ଟିକା ଦିଆଯାଉଛି ।

Leave A Reply

Your email address will not be published.